fbpx
BJD SKY
BJD SKY

ଏମଡି ଏବଂ ସିଇଓ ସନ୍ଦୀପ ବକ୍ସିଙ୍କ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲା ICICI ବ୍ୟାଙ୍କ

BJD

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଦ୍ୱିତୀୟ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜ ଏମଡି ଏବଂ ସିଇଓ ସନ୍ଦିପ ବକ୍ସିଙ୍କ ଇସ୍ତଫାର ଖବରକୁ ଖଣ୍ଡନ କରିଛନ୍ତି । ବ୍ୟାଙ୍କ ଏହି ଖବରକୁ ସଂପୂର୍ଣ୍ଣ ଭାବେ ମିଥ୍ୟା ଏବଂ ମନଗଢା କାହାଣୀ ବୋଲି କହିଛନ୍ତି ଏବଂ ଏହି ଖବର ବ୍ୟାଙ୍କ ଏବଂ ସେୟାରହୋଲ୍ଡର୍ସଙ୍କୁ କ୍ଷତି ପହଁଚାଇବା ପାଇଁ ପ୍ରସାରିତ କରାଯାଇଛି ।

ଆଇସିଆଇସିଆଇ ବ୍ୟାଙ୍କ ଷ୍ଟକ ଏକ୍ସଚେଞ୍ଜ ପାଖରେ ଦାଖଲ କରିଥିବା ରେଗୁଲେଟରୀ ଫାଇଲିଙ୍ଗରେ କୁହାଯାଇଛି ଯେ, ନ୍ୟୁଜ ପୋର୍ଟାଲ ଦି ମର୍ଣ୍ଣିଂ କଣ୍ଟେଷ୍ଟରେ ଏକ ଖବର ଛପିଥିଲା ଯେ, ସିଇଓ ଛାଡିବାପରେ ବ୍ୟାଙ୍କରେ ଅସନ୍ତୋଷ ଦେଖାଦେଇଛି । ବ୍ୟାଙ୍କ ନିଜ ବିବୃତ୍ତିରେ କହିଛି ଯେ, ଆର୍ଟିକିଲରେ ଯେଉଁ ସୂଚନା ଦିଆଯାଇଛି ଯେ, ଆଇସିଆଇସିଆଇ ବ୍ୟାଙ୍କର ଏମଡି ପର୍ସନାଲ କାରଣ ପାଇଁ ନିଜ ପଦବୀ ଛାଡିବାକୁ ଚାହୁଁଛନ୍ତି, ଏହି ଖବରକୁ ଆମେ ଖଣ୍ଡନ କରୁଛୁ । ଆଇସିଆଇସିଆଇ ବ୍ୟାଙ୍କ କହିଛି ଯେ, ଏହି ସୂଚନା କାଳ୍ପନିକ ଅଟେ । ଏହି ଖବର ଏକ ଗୁଜବ ଏବଂ ଭୁଲ ଉଦ୍ଦେଶ୍ୟ, ବ୍ୟାଙ୍କ ଏବଂ ତାର ସେୟାରହୋଲ୍ଡର୍ସ ଙ୍କ ହିତକୁ କ୍ଷତି କରିବା ପାଇଁ ଏହି ଖବରକୁ ପ୍ରସାରିତ କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ଏହି ସୂଚନା ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜ, ଜାପାନ ସିକ୍ୟୁରିଟିଜ ଡିଲର୍ସ ଆସୋସିଏସନ ଏବଂ ସିକ୍ସ ସ୍ୱିସ ଏକ୍ସଚେଞ୍ଜ ଲିମିଟେଡକୁ ମଧ୍ୟ ଉପଲବ୍ଧ କରାଇଛି ।

Get real time updates directly on you device, subscribe now.