fbpx
BJD SKY
BJD SKY

୪୦୦ ପାର୍ ମଜାକ୍‌, ୩୦୦ ପାର୍ ଅସମ୍ଭବ; ଶଶି ଥରୁର କହିଲେ ବିଜେପି ଜିତିବ କେତେ ସିଟ୍‌

BJD

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ମାହୋଲ ପୁରା ସରଗରମ ରହିଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ବିଜେପିର ୪୦୦ ପାର୍ ଦାବୀ ଏକ ମଜାକ୍ । ବିଜେପି ଏଥର ୩୦୦ ପାର୍ କରିବା ବି ଅସମ୍ଭବ । ଏପରିକି ୨୦୦ ପାର୍ କରିବା ତା’ ପାଇଁ ବଡ ଆହ୍ୱାନ ହୋଇପାରେ । ପିଟିଆଇ ସହ କଥାବାର୍ତ୍ତା ସମୟରେ ଥରୁର କହିଛନ୍ତି କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ବିଜେପିକୁ କୌଣସି ଆସନ ମିଳିବ ନାହିଁ ଓ ଦକ୍ଷିଣରେ ଏହାର ପ୍ରଦର୍ଶନ ୨୦୧୯ ଠାରୁ ବି ଖରାପ ରହିବ ।

କଂଗ୍ରେସ ନେତା ଶଶି ଥରୁର ଏଥର ଥିିରୁବନ୍ତପୁରମ ସିଟ୍‌ରୁ ଦଳର ପ୍ରାର୍ଥୀ ରହିଛନ୍ତି । ତାଙ୍କ ବିରୁଦ୍ଧରେ ବିଜେପି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିଛି । ସେହିପରି ସିପିଆଇ ପି. ରବୀନ୍ଦ୍ରନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଏହି ମୁକାବିଲାକୁ ତ୍ରିକୋଣୀୟ କରିଦେଇଛି । ଏଠାରେ ଏପ୍ରିଲ ୨୬ରେ ଭୋଟ ଗ୍ରହଣ ହୋଇସାରିଛି । ତେବେ ଥିିରୁବନ୍ତପୁରମରେ ନିଜର ବିଜୟକୁ ନେଇ ଥରୁର ପୁରା ଆଶ୍ୱସ୍ତ ଅଛନ୍ତି । ଯଦି ଏଥର ସେ ଏଠାରୁ ଜିତିବେ ତେବେ ଏହା ତାଙ୍କର ଲଗାତର ୪ର୍ଥ ବିଜୟ ହେବ ।

ଥରୁର କହିଛନ୍ତି ଯେଉଁମାନେ କିଛି ସମୟ ଧରି ଲଗାତର ନିର୍ବାଚନ ଉପରେ ନଜର ରଖି ଆସୁଛନ୍ତି ସେମାନଙ୍କ ମତରେ ୨୦୧୪ ଓ ୨୦୧୯ ନିର୍ବାଚନ ଓ ଏହି ନିର୍ବାଚନ ମଧ୍ୟରେ ଫରକ ଏତିକି କି ଏଥର ବିଜେପିର ମତଦାତାଙ୍କ ମଧ୍ୟରେ ଉତ୍ସାହ କମ୍ ରହିଛି । ସେ କହିଛନ୍ତି କଂଗ୍ରେସ ଏବେ ଆଶା ଠାରୁ ବହୁତ ଅଧିକ ଆଗରେ ରହିଛି । ଅନାବଶ୍ୟକ ଭାବରେ ଏତେ ଲମ୍ବିତ କରାଯାଇଥିବା ଏହି ନିର୍ବାଚନର ଏବେ ଆହୁରି ୫ ପର୍ଯ୍ୟାୟ ବାକି ରହିଛି । ଦେଖିବାକୁ ବାକି ରହିଲା ଆଗକୁ କ’ଣ ହେଉଛି । ତେବେ ବିଜେପି ଓ ଏନଡିଏ ସରକାର ଏହାର ବହୁମତ ହରାଇବ ଏହା ପୁରା ଥୟ ।

Get real time updates directly on you device, subscribe now.