fbpx
BJD SKY
BJD SKY

Heeramandi ଦେଖି ନିରାଶ ହେଲେ ପ୍ରଶଂସକ, କମଜୋର କାହାଣୀ ପାଇଁ ଏପରି ଆସିଲା ଅଡିଏନ୍ସଙ୍କ ରିଆକ୍ସନ

BJD

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରତ୍ୟେକ ପ୍ରୋଜେକ୍ଟକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା ଥାଆନ୍ତି । ସଞ୍ଜୟ ନିଜ ଫିଲ୍ମମାନଙ୍କରେ ଚମତ୍କାର ଷ୍ଟା କାଷ୍ଟ, ଭବ୍ୟ ସେଟ୍ ଏବଂ ଦମଦାର କାହାଣୀ ପାଇଁ ଜଣାଶୁଣା । ଫିଲ୍ମମେକର ବର୍ତ୍ତମାନ ଓଟିଟିରେ ମଧ୍ୟ ପାଦ ଥାପିଛନ୍ତି । ତାଙ୍କର ମୋଷ୍ଟ ଆୱେଟେଡ ୱେବ ସିରିଜ ‘ହୀରାମଣ୍ଡି: ଦ ଡାଇମଣ୍ଡ ବାଜାର’ ୧ ମେ ୨୦୨୪ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଙ୍ଗ ଆରମ୍ଭ ହୋଇସାରିଛି ।

ସେହିଭଳି ଏକ ଗ୍ରାଣ୍ଡ ସ୍କେଲ ଏବଂ ଉତ୍ସାହର ସହ ରିଲିଜ ହୋଇଥିବା ହୀରାମଣ୍ଡିର ରିଆକ୍ସନ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଲାଗୁଛି ଯେ, ଜନତାଙ୍କ ଉପରେ ସଞ୍ଜୟ ଲୀଲା ଭଂସାଲୀଙ୍କୁ ନିର୍ଦ୍ଦେଶିତ ହୀରାମଣ୍ଡି ର ଯାଦୁ କାମ କରିଲାନି ।

୮ଟି ଏପିସୋଡର ସିରିଜ ହୀରାମଣ୍ଡି ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । ଏହି ସିରିଜରେ ଅନେକ କଳାକାରମାନେ ମଧ୍ୟ କମବ୍ୟାକ କରିଛନ୍ତି । ଫିଲ୍ମରେ ଲାହୋରର ନବାୟଫୋର ଶାହି ମହଲାର କାହାଣୀ ସହ ଆସନ ପାଇଁ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି । ଏହି ସିରିଜରେ ମଧ୍ୟ ସଞ୍ଜୟ ଲୀଲା ଭଂସାଲୀ ନିଜ ଭବ୍ୟ ସେଟରେ ଲୋକଙ୍କ ହୃହୟ କିଣିନେଇଛନ୍ତି । ହେଲେ ଏହି ଫିଲ୍ମ ଦର୍ଶକଙ୍କ ଉତ୍ସାହକୁ ଭାଙ୍ଗିସାରିଛି ।

ସୋସିଆଲ ମିଡିଆରେ ହୀରାମଣ୍ଡିକୁ ନେଇ ଜନତାଙ୍କ ରିଆକ୍ସନ ନିରାଶ କରିଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, କେଉଁମାନେ ହୀରାମଣ୍ଡିର ପ୍ରଥମ ୧୫ ମିନିଟରୁ ଅଧିକ ଦେଖିପାରିଲା? ମୋ କହିବା କଥା ହେଉଛି ଭବ୍ୟ ସେଟ କିନ୍ତୁ ୧୫ ମିନିଟ ମଧ୍ୟରେ ୨ଟି ଗୀତ ଏବଂ କିଏ କଥା ହେବା ନଜର ଆସିନାହିଁ । ଏବଂ କାହାଣୀ କହିବାର ପ୍ରୋସଏସ ଅଧିକ ଖରାପ ଅଟେ । ଏହିଭଳି ଅନେକ ଫ୍ୟାନ ଏକ୍ସ ଜରିଆରେ ନିଜର ନିରାଶ ହେବାର ଭାବ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.