fbpx
BJD SKY
BJD SKY

ସ୍କୁଲରେ ବୋମା ରଖାଯିବା ଘଟଣା ମିଛ ହେଲେ ବି ଭୟ କରିବା ଜରୁରୀ; କାହାର ଏପରି ଷଡ଼ଯନ୍ତ୍ର…

BJD

ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀ ଏବଂ ନୋଏଡାର ୮୦ରୁ ଅଧିକ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଛି। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦିଲ୍ଲୀ ପୋଲିସ ସମେତ ସମସ୍ତ ସୁରକ୍ଷା ଏଜେନ୍ସି ସ୍କୁଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅନେକ ଘଣ୍ଟାର ଖୋଜାଖୋଜି ପରେ କୌଣସି ସ୍କୁଲରେ ବୋମା ମିଳିନଥିବା ଜଣାପଡ଼ିଥିଲା। ବିଦ୍ୟାଳୟରେ ବୋମା ବିସ୍ଫୋରଣ ଧମକକୁ ମିଥ୍ୟା ଘୋଷଣା କରାଯାଇଥିଲା। ଭୟଭୀତ କିମ୍ବା ଭୟକରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଲୋକଙ୍କୁ ନିବେଦନ କରାଯାଇଥିଲା।

କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ରହିଛି। କାରଣ ଏଥର ସ୍କୁଲରେ ବୋମା ଧମକ ନକଲି ସାବ୍ୟସ୍ତ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଏହା ବାସ୍ତବରୂପ ନେଇପାରେ। ଭୟଭୀତ ହେବା ଜରୁରୀ କାରଣ ଯିଏ ଏହି ଧମକ ଦେଇଛି ସେ ଏଥର କେବଳ ସ୍କୁଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଭୟଭୀତ ହେବା ମଧ୍ୟ ଜରୁରୀ କାରଣ ଧମକପୂର୍ଣ୍ଣ ଇ-ମେଲ୍ କୌଣସି ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ। ଏହି ଧମକପୂର୍ଣ୍ଣ ଇ-ମେଲ୍ ର ଭାଷା ଅତ୍ୟନ୍ତ ବିପଜ୍ଜନକ। ଯେଉଁ ଇ-ମେଲ୍ ଠିକଣାରୁ ଏହି ଧମକ ମିଳିଛି ତାହାର ଆଇଏସ୍ ଆଇଏସ୍ ସହ ମଧ୍ୟ ସମ୍ପର୍କ ରହିଛି। ଏହି ଧମକ ଗୋଟିଏ କିମ୍ବା ଦୁଇଟି ସ୍କୁଲକୁ ନୁହେଁ ବରଂ ଏକାସାଙ୍ଗରେ ୮୦ରୁ ଅଧିକ ସ୍କୁଲକୁ ଦିଆଯାଇଛି।

ଇ-ମେଲକୁ ଡିକୋଡ୍ କରିବାରୁ ଜଣାପଡ଼ିଛି ଯେ ଏସବୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏହି ଇ-ମେଲ୍… [email protected] ନାମକ ଏକ ଆଇଡିରେ କରାଯାଇଛି। ଆର.ଏସ୍. ଋଷର ଡୋମେନ୍। କିନ୍ତୁ ଏହି ଇ-ମେଲ୍ ପ୍ରକୃତରେ ରୁଷିଆର ଥିଲା କି ନାହିଁ। ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୁରକ୍ଷା ଏଜେନ୍ସିମାନେ ସନ୍ଦେହ କରୁଛନ୍ତି ଯେ ଏହି ଇ-ମେଲ୍ ବିଦେଶରୁ ତିଆରି ହୋଇଛି। ଏହା କୌଣସି ଜଣେ ବ୍ୟକ୍ତିଙ୍କ କାମ ନୁହେଁ, ବରଂ ଏହା ପଛରେ ଏକ ଗୋଷ୍ଠୀର ହାତ ଥାଇପାରେ। ଯେଉଁଭଳି ଭାବରେ ସ୍କୁଲଗୁଡ଼ିକୁ ଧମକ ଦେଉଥିବା ଇମେଲ୍ ପ୍ରସ୍ତୁତ କରାଯାଇଥିଲା। ଏବଂ ଯେଉଁଭଳି ଭାବରେ ଇମେଲ୍ ର ଉତ୍ପତ୍ତିକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏମାନେ ଟେକ୍ନିକାଲି ସାଉଣ୍ଡ ଲୋକ, ଯେଉଁମାନେ ଇ-ମେଲ୍ ପଠାଇ ସ୍କୁଲକୁ ପଠାଉଛନ୍ତି। କିନ୍ତୁ ଏମାନେ କିଏ?

– ଏହା ପଛରେ ଆଇଏସ୍ ଆଇଏସ୍ ମଡ୍ୟୁଲ୍ ର ହାତ ଥାଇପାରେ ବୋଲି ତଦନ୍ତକାରୀ ଏଜେନ୍ସି ସନ୍ଦେହ କରୁଛନ୍ତି।
– ଯାହାର ଉଦ୍ଦେଶ୍ୟ ଭାରତରେ ନିର୍ବାଚନ ସମୟରେ ଆତଙ୍କ ସୃଷ୍ଟି କରିବା ହୋଇପାରେ।
– ଏଥିପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନିର୍ଦ୍ଦେଶରେ ଆଇଏସଆଇଏସ ସାଇବର ଯୁଦ୍ଧ ଷଡ଼ଯନ୍ତ୍ର କରୁଥିଲା।

 

Get real time updates directly on you device, subscribe now.