fbpx
BJD SKY
BJD SKY

(Video) କମିଗଲା ସୁନା ଦର; ମାସ ଆରମ୍ଭରୁ ସୁନା-ରୂପା ଦରରେ ବଡ଼ ପରିବର୍ତ୍ତନ, ଦର କମୁ କମୁ ଲାଗିଲାଣି ଭିଡ଼…

BJD

ଭୁବନେଶ୍ୱର: ମାସ ଆରମ୍ଭରୁ ହିଁ ସୁନା ଓ ରୂପା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅକ୍ଷୟ ତୃତୀୟା ପୂର୍ବରୁ ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ୪୦୦୦ ହଜାର କମିଛି ସୁନା ଦର । ସୁନା ଦର ଗତ କିଛି ଦିନ ମଧ୍ୟରେ ବେଶ ବଢିଯାଇଛି । ମାତ୍ରାଧିକ ବୃଦ୍ଧି ପାଇଁ ବହୁତ ହଇରାଣ ହେଉଛନ୍ତି ସାଧାରଣ ଲୋକେ । ଖାସ କରି ବିବାହ, ବ୍ରତ ଘରେ ସୁନାର ଆବଶ୍ୟକ ହୋଇଥାଏ । କିନ୍ତୁ ଆକାଶଛୁଆଁ ଭାବେ ଦାମ ବଢିବା କାରଣରୁ ଜଣେ ମଧ୍ୟବିତ୍ତ ପରିବାର ଏବେ ସୁନା କିଣିବା ସମ୍ଭବପର ନୁହେଁ । କିନ୍ତୁ ସୁନା ଦର ଏବେ ସାମାନ୍ୟ କମିଛି । ତେବେ ଆଜି ସୁନା କିଣିବାକୁ ଯିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡ଼ିଶାରେ କେତେ ରହିଛି ସୁନା ଦର ? ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୫,୬୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୭୧,୬୫୦ ଟଙ୍କା ରହିଛି । ଚେନ୍ନାଇରେ ୨୪ କ୍ୟାରେଟ୍ ମୂଲ୍ୟ ୭୨,୩୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ମୂଲ୍ୟ ୬୬,୩୫୦ ଟଙ୍କା ରେକର୍ଡ କରାଯାଇଛି । କୋଲକାତାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧୫୧୦ ଟଙ୍କାରେ ବିକ୍ରି ହେଉଛି, ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୬୫୫୫୦ଟଙ୍କାରେ ବିକ୍ରି ହେଉଛି ।

ହାଇଦ୍ରାବାଦରେ ୨୪ କ୍ୟାରେଟ୍ ହାର ୭୧୫୧୦ ଟଙ୍କାରେ ଏବଂ ୨୨ କ୍ୟାରେଟ୍ ମୂଲ୍ୟ ୧୦ ଗ୍ରାମ ପିଛା ୬୫୫୫୦ ଟଙ୍କାରେ ବିକ୍ରି ହେଉଛି । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୫୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦଶ ଗ୍ରାମକୁ ୬. ୫୫୦ ଟଙ୍କା ରହିଛି । ଏପଟେ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୫୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୫,୫୫୦ ଟଙ୍କା ଥିବା ଜଣାପଜିଛି । ଆହୁରି ସୁନା କମିବ ବୋଲି ବ୍ୟବସାୟୀ ମାନେ କହୁଛନ୍ତି । ତେବେ ସୁନା କିଣିବାବେଳେ ବେଳେ ଆପଣ ସାବଧାନ ରୁହନ୍ତୁ । ଖାସ୍ କରି ଗ୍ରାହକମାନେ ହଲମାର୍କ ମାର୍କ ଦେଖିବ କିଣିବା ଉଚିତ୍ । ହଲମାର୍କ ହେଉଛି ସୁନାର ଏକ ସରକାରୀ ଗ୍ୟାରେଣ୍ଟି, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ହଲମାର୍କ ନିର୍ଣ୍ଣୟ କରେ । ହଲମାର୍କିଂ ସ୍କିମ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ, ନିୟମ ଏବଂ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରେ ।

Get real time updates directly on you device, subscribe now.