fbpx
BJD SKY
BJD SKY

ମହିଳା ସଶକ୍ତିକରଣ ଦିଗରେ ଆଗକୁ ଆଉ ଏକ ପାଦ; ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ଏକ ତୃତୀୟାଂଶ ସଦସ୍ୟ ରହିବେ ମହିଳା

BJD

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନ୍ୟାୟିକ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ଏକ ତୃତୀୟାଂଶ ମହିଳା ଆରକ୍ଷଣ ଲାଗୁ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ବି.ଡି କୌଶିକଙ୍କ ମାମଲାରେ କୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ ସ୍ପଷ୍ଟ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବେଞ୍ଚଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଟ୍ରେଜେରୀ ବା କୋଷାଧ୍ୟକ୍ଷ ପଦ ମହିଳାଙ୍କ ଲାଗି ସଂରକ୍ଷିତ ରହିବ । ଏହା ବ୍ୟତିତ ଆସୋସିଏସନର କାର୍ଯ୍ୟସମିତିରେ ୯ ସଦସ୍ୟଙ୍କ ମଧ୍ୟରୁ ୩ ସଦସ୍ୟ ପଦ ମହିଳାଙ୍କ ଲାଗି ସଂରକ୍ଷିତ ରହିବ । ଏହି ଆଦେଶର ପାଳନ ମେ’ ୧୬ରେ ହେବାକୁ ଯାଉଥିବା ସୁପ୍ରିମକୋର୍ଟ ବାର୍ ଆସୋସିଏସନ ନିର୍ବାଚନରେ ପ୍ରଥମ ଥର ଲାଗୁ ହେବ । ଏହି ନିର୍ବାଚନ ଫଳାଫଳ ମେ’ ୧୮ରେ ଘୋଷଣା କରାଯିବ ।

Get real time updates directly on you device, subscribe now.