fbpx

କଣ୍ଟାକ୍ଟ ଲେନ୍ସ ଲଗାଇ ଶୋଇବା କାରଣରୁ ଦୃଷ୍ଟିଶକ୍ତି ହରାଇଲେ ୨୧ ବର୍ଷୀୟ ଯୁବକ! ଦୁର୍ଲ୍ଲଭ ‘ମାଂସ ଭକ୍ଷୀ ପରଜୀବୀ’ କରିଦେଲା ଜୀବନକୁ ଅନ୍ଧକାର

ନୂଆଦିଲ୍ଲୀ: ଗୋଟିଏ ଭୁଲ୍ କାରଣରୁ ଜଣେ ୨୧ ବର୍ଷୀୟ ଯୁବକ ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ମାଇକ କ୍ରୁମହୋଲଜ ନାମକ ଏହି ଯୁବକ ଜଣଙ୍କ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା ଫଳରେ ଏକ ଦୁର୍ଲ୍ଲଭ ‘ମାଂସ ଭକ୍ଷୀ ପରଜୀବୀ’ ବିକଶିତ ହୋଇଥିଲା । ‘ସେହି ମାଂସ ଭକ୍ଷୀ ପରଜୀବୀ ମାଇକଙ୍କର ଆଖିକୁ ନଷ୍ଟ କରିଦେଇଥିଲା । ତେଣୁ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା ଓ ଗାଧୋଇବାରୁ ବିରତ ରହିବାକୁ ମାଇକ୍ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଖବରମୁତାବକ, ମାଇକ୍ ୭ ବର୍ଷ ହେଲା କଣ୍ଟାକ୍ଟ ଲେନ୍ସକୁ ବ୍ୟବହାର କରୁଥିଲେ । ତାଙ୍କର ଆଖି ସମସ୍ୟା ରହିଥିବା ବେଳେ ସେ ଅନେକ ସମୟରେ ଉକ୍ତ ଲେନ୍ସକୁ ପିନ୍ଧିବାକୁ ଭୁଲି ଯାଇଥିଲେ । ମାଇକଙ୍କର ଏହି ଗୋଟିଏ ଭୁଲ୍ ଆଜି ତାଙ୍କ ଜୀବନକୁ ବର୍ବାଦ କରିଦେଇଛି । ମାଇକ ମାତ୍ର ୪୦ ମିନିଟର ଝପ୍ପୀ ନେଇ ଉଠିବାପରେ ତାଙ୍କ ଆଖିକୁ କିଛି ଦେଖାଯାଇନଥିଲା । ଏହାପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ ନିଜର ଭୁଲ୍ ବିଷୟରେ ଜାଣିପାରିଥିଲେ ।

କିଛି ଲୋକ ନିଜର ଦୃଷ୍ଟିଶକ୍ତିକୁ ସୁଧାରିବା ପାଇଁ ଓ ଆଉ କିଛି ଲୋକ ଫେଶନ କାରଣରୁ ଏହାକୁ ଲଗାଇଥାନ୍ତି । ତେବେ କଣ୍ଟାକ୍ଟ ଲେନ୍ସକୁ ଯଦି ସଠିକ୍ ଭାବେ ପିନ୍ଧା ନଯାଏ ବା ବାହାର କରାନଯାଏ ତେବେ ତାହା ଆଖିର ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଆମେରିକାର ଫ୍ଲୋରିଡ଼ା ନିବାସୀ ମାଇକଙ୍କ ସହ ଠିକ୍ ଏପରି କିଛି ଗତବର୍ଷ ଫେବୃଆରୀ ମାସରେ ଘଟିଥିଲା । ସବୁଦିନ ପାଇଁ ମାଇକଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ଶୋଇ କରି ଉଠିବା ପରେ ମାଇକଙ୍କ ଡାହାଣ ଆଖି ଫୁଲିବା ସହିତ କିଛି ଯନ୍ତ୍ରଣା ହୋଇଥିଲା । ମାତ୍ର ତାହା ଠିକ୍ ହୋଇଯିବ ବୋଲି ମାଇକ୍ ଭାବି ନେଇଥିଲେ, ଯାହାକୁ ସମ୍ପୂର୍ଣ୍ଣ ଭୁଲ୍ ଥିଲା । ଆଖିରେ ଅଧିକ ଯନ୍ତ୍ରଣା ହେବାରୁ ସେ ଲେନ୍ସକୁ ବାହାର କରିଦେଇଥିଲେ । ଏହାପରେ ତାଙ୍କୁ ଆଶ୍ୱସ୍ତି ନ ମିଳିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ତାଙ୍କୁ କମଲ ଭାଇରଲ ମେଡିସିନ ଦେଇଥିଲେ । ତା’ପରେ ତାଙ୍କର ଅବସ୍ଥା ଜଟିଳ ହେବାରେ ଲାଗିଥିଲା ।

ଏକ ମାସ ପରେ ମାଇକଙ୍କର ଆଖିରେ ଜ୍ୱଳନ ହେବା ସହିତ ଧୀରେଧୀରେ ଦେଖିବାରେ ସମସ୍ୟା ଉପୁଜିଥିଲା । ପରେ ସେ ହସ୍ପିଟାଲ ଯାଇ ଚେକଅପ୍ କରିବା ପରେ ତାଙ୍କୁ ଅଙ୍କେଥଅମୀବା କେରାଟାଇଟିସ ହୋଇଛି ବୋଲି ଜଣାପଡ଼ିଥିଲା । ଏହି ଅମୀବା ମାଟି, ପାଣି ଓ ପବନରେ ରହୁଥିବା ବେଳେ ତାହା ସଂକ୍ରମଣ ଦ୍ୱାରା ବ୍ୟାପିଥାଏ । ସଂକ୍ରମିତ ଆଖିକୁ ସଠିକ୍ ସମୟରେ ଚିକିତ୍ସା ନ ମିଳିବା କାରଣରୁ ମାଇକର ଗୋଟିଏ ଆଖି ସବୁଦିନ ପାଇଁ ଆଖି ଖରାପ ହୋଇଯାଇଥିଲା । କଣ୍ଟାକ୍ଟ ଲେନ୍ସ ପିନ୍ଧୁଥିବା ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ୧-୩୩ଟି ରୋଗ ବିରଳ ଅବସ୍ଥାରେ ଚିହ୍ନଟ ହୋଇଥିବା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.