fbpx

୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା: ଅନୁବାଦକଙ୍କର ସାହାଯ୍ୟ ନେଲା ତଦନ୍ତ ଟିମ୍

Advertisement

ଓଡିଶା ଭାସ୍କର: ପାରାଦ୍ଵୀପ ବନ୍ଦରର ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା। ପାରାଦ୍ଵୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍। ତେବେ ଜାହାଜର ସମସ୍ତ ମେମ୍ବର ଭିଏତନାମର ହୋଇଥିବାରୁ ଭାଷା ବୁଝିବା ପାଇଁ ତଦନ୍ତରେ ଅସୁବିଧା ହେଉଥିଲା। ଯାହା ଫଳରେ ଅନୁବାଦକଙ୍କର ସହଯୋଗ ନିଆଯାଇଥିବା ଜଣାପଡିଛି। ସେପଟେ ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି। ଅନ୍ୟପଟେ ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଏବେ ତଦନ୍ତରେ ଅଧିକ ଗୁମର ଫିଟିବ ବୋଲି ଆଶଙ୍କା କରାଯାଉଛି।

ତେବେ ଏଠାରେ କହି ରଖୁଛୁ ଯେ, ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି।
ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପକୁ ଆସିଥିଲା। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି। ଏହି ମାମଲାରେ ଏବେ ଏକ ୧୮ ଜଣିଆ ଟିମ୍ ତଦନ୍ତ କରୁଛନ୍ତି। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।

Get real time updates directly on you device, subscribe now.