fbpx

(video)ହାଡଭଙ୍ଗା ଶୀତକୁ ହାତରେ ଶୁଖିଲା ରୁଟି; ତଥାପି ମୁହଁରେ ଲାଖି ରହିଛି ହସ, ଆଖିରେ ଲୁହ ଭରିଦେବ ଭାରତୀୟ ସେନାଙ୍କ ଏପରି ଚିତ୍ର

Advertisement

ନୂଆଦିଲ୍ଲୀ: ଆମ ଦେଶର ସୈନିକ ଆମର ରକ୍ଷା କରିଥାନ୍ତି । ସେମାନଙ୍କ ପାଇଁ ଆମେ ଦେଶ ମଧ୍ୟରେ ଶାନ୍ତିରେ ରହିପାରୁଛୁ । ଦିନ ରାତି ଖରା, କାକର, ଶୀତ, ବର୍ଷା ସହି ସୀମା ଜଗି ରହି ସେମାନେ ବିଦେଶୀ ଶତ୍ରୁ କବଳରୁ ଆମକୁ ରକ୍ଷା କରି ଆସୁଛନ୍ତି । ଇଣ୍ଟରନେଟ୍‌ରେ ଆପଣ ଏପରି ବହୁ ଫଟୋ ଓ ଭିଡିଓ ଦେଖିଥିବେ ଯେଉଁଥିରେ ଭାରତୀୟ ସେନାଙ୍କ ତ୍ୟାଗର କାହାଣୀ ପ୍ରତିଫଳିତ ହେଉଛି । ଏବେ ଏହିପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଭାରତୀୟ ସେନାଙ୍କ ସମର୍ପଣ ଓ ତ୍ୟାଗର ଚିତ୍ର ଦେଖିବାକୁ ମିଳୁଛି ।

ଭିଡିଓଟି ଆପଣଙ୍କୁ ନିଶ୍ଚୟ ଭାବୁକ କରିଦେବ । ଭିଡିଓରେ ଦେଖିବାକୁ ମିଳୁଛି ହାଡଭଙ୍ଗା ଶୀତରେ ଆମ ସୈନିକ ସୀମାରେ ଜଗି ରହିଛନ୍ତି । ଏହି ସମୟରେ ଖାଇବା ପାଇଁ ସମସ୍ତେ ଗୋଟିଏ ଯାଗାରେ ବସିଛନ୍ତି । ଏହି ସମୟରେ ଜଣେ ସୈନିକଙ୍କ ହାତରେ ଏପରି ରୁଟି ରହିଛି ଯାହା ଥଣ୍ଡାରେ ପୁରା ଶୁଖି ଯାଇଛି ଓ ଏତେ ଟାଣ ହୋଇଯାଇଛି କି ତାହା ଛିଣ୍ଡୁ ନାହିଁ । ଏହାପରେ ସୈନିକ ଭାଇ ଜଣକ ହସି ହସି ଅନ୍ୟ ଜଣେ ସାଥୀଙ୍କୁ ପଚାରୁଛନ୍ତି ଏହାକୁ କାଟିବାକୁ ଆରୀ ପାତ ମିଳିବ କି ? ଏହାଶୁଣି ଅନ୍ୟ ଜଣେ ସୈନିକ କହୁଛନ୍ତି ଆଜି ତ ରୁଟି ପୂର୍ବଦିନ ଅପେକ୍ଷା ନରମ ହୋଇଛି । ଏହାପରେ ସବୁ ସୈନିକ ଭାଇମାନେ ହସି ହସି ସେହି ରୁଟିକୁ ଖାଉଥିବାର ନଜର ଆସୁଛି ।

ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @RVCJ_FB ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହାର କ୍ୟାପସନରେ ଲେଖାଯାଇଛି, ‘ଇଣ୍ଡିଆନ୍ ଆର୍ମିକୁ ସାଲ୍ୟୁଟ୍‌’ । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧ ମିଲିଅନରୁ ଅଧିକ ଲୋକ ଦେଖି ସାରିଲେଣି ଓ ୩୦ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଭିଡିଓଟିକୁ ଦେଖିବା ପରେ ବହୁ ୟୁଜର ଲେଖିଛନ୍ତି, ‘ଆଖିରେ ଲୁହ ଆସିଗଲା’ ।

Get real time updates directly on you device, subscribe now.