fbpx

ଆଇଟି ରେଡ୍, ବଲାଙ୍ଗିରରୁ ମିଳିଲା ମୋଟ୍ ୧୧ କୋଟି ଟଙ୍କା

Advertisement

ଭୁବନେଶ୍ୱର: ଗତ ୪ ଦିନ ଧରି ସମ୍ବଲପୁରରୁ ରାଉଲକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଜାରି ରହିଛି ଆୟକର ବିଭାଗର ନନ୍ ଷ୍ଟପ୍ ରେଡ୍ । ଜବତ ହୋଇଥିବା ଟଙ୍କା ଗଣିବା ପାଇଁ ବହୁ ସଂଖ୍ୟାରେ ଅଧିକାରୀ ଓ ମେସିନ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଟିଟିଲାଗଡ଼ ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି । ଗଣତି ମଧ୍ୟରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ରହିଥିବାବେଳେ ମୋଟ୍ ୧୧ କୋଟି ଟଙ୍କା ମିଳିଛି । ତେବେ ଗଣତି ଟଙ୍କା ମଧ୍ୟରେ ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନୋଟ ନାହିଁ । ଆସନ୍ତାକାଲି ସୁଦ୍ଧା ଗଣତି ଶେଷ ହେବା ନେଇ ଆଶା କରାଯାଉଥିବା ନେଇ ସମ୍ବଲପୁର ଏସବିଆଇ ଉପ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ।

ବଲାଙ୍ଗିର ଓ ସମ୍ବଲପୁର ମୁଖ୍ୟ ଶାଖାରେ ଟଙ୍କା ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଦା ମୋଟ୍ ୫୦ କୋଟି ଟଙ୍କା ଗଣତି ସରିଲାଣି । ଅପରପକ୍ଷରେ ଓଡ଼ିଶାରେ ଆଇଟି ରେଡକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ଏକ୍ସ୍(ପୂର୍ବରୁ ଟ୍ୱିଟର)ରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି,‘ଓଡ଼ିଶାରେ କିଛି ଦିନ ହେବ ଗଣମାଧ୍ୟମରେ ଶହ ଶହ କୋଟି ଟଙ୍କା ଜବତ ହେବା ଖବର ମୋତେ ବିସ୍ମିତ କରିଛି । ଓଡ଼ିଶା ଭଳି ରାଜ୍ୟରେ କେନ୍ଦ୍ରୀୟ ସଂସ୍ଥାର ଚଢ଼ାଉ ଦ୍ୱାରା ଏକା ସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଗୋଟି ଗୋଟି ଟଙ୍କା ଅସୁଲ କରାଯିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।’

Get real time updates directly on you device, subscribe now.