ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାଣ ହରାଇଲେଣି ୨୪ଟି ପଶୁ

ଗୌହାଟି: ଆସାମ ବନ୍ୟାରେ ସାଧାରଣ ଲୋକଙ୍କ ସହିତ ଜୀବଜନ୍ତୁ ମାନେ ବି ହନ୍ତସନ୍ତ ହେଉଛନ୍ତି । ଏହି ବନ୍ୟା ଏବେ ସେମାନଙ୍କ ପାଇଁ କାଳ ପାଲଟିଛି । ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିବା ଫଳରେ ଏବେ ପର୍ଯ୍ୟନ୍ତ ୨୪ଟି ପଶୁଙ୍କର ମୃତ୍ୟୁ ହୋଇଛି । ଏନେଇ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ଯେ, ବନ୍ୟା ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଛି କିନ୍ତୁ ୩୦ ପ୍ରତିଶତ ଅଞ୍ଚଳରେ ପାଣି ରହିଛି ।

ତେବେ ଏହି ୨୪ ଜୀବଙ୍କ ମଧ୍ୟରେ ରହିଛନ୍ତି ୬ଟି ଗଣ୍ଡା, ୩ଟି ହରିଣ, ଗୋଟିଏ ବଣୁଆ ହାରିଛନ୍ତି ମୋଟ ୨୪ ଟି ବଳଦ, ଗୋଟିଏ ସ୍ୱାମ୍ପ ହରିଣ ବନ୍ୟା ପାଣିରେ ବୁଡ଼ି ଯାଇଛନ୍ତି ଓ ସେମାନଙ୍କ ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ୧୧ଟି ପଶୁ ଜାତୀୟ ରାଜପଥରେ ରାସ୍ତା ଅତିକ୍ରମ କରିବା ସମୟରେ ପ୍ରାଣ ହରାଇଛନ୍ତି । ସେମାନେ ହେଉଛନ୍ତି ୯ଟି ହରିଣ, ଗୋଟିଏ ଅଜଗର ଓ ଗୋଟିଏ କ୍ୟାପ୍ ଲଙ୍ଗୁର୍ ।

ଅନ୍ୟପଟେ ବନ୍ୟା କାରଣରୁ ରାଜ୍ୟରେ ବିକଟ ସ୍ଥିତି ଜାରି ରହିଛି । ଏଥିରେ ୧୪ଟି ଜିଲ୍ଲାର ୧.୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି ।