fbpx
BJD SKY
BJD SKY

ପାର୍ବଣ ପୂର୍ବରୁ ୬ କୋଟି ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି ସରକାର, ଏପରି କରନ୍ତୁ ଚେକ୍

BJD

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ଅର୍ଥାତ୍ EPFOର ୬.୫ କୋଟି ଉପଭୋକ୍ତାଙ୍କ ପାଇଁ ଆସିଛି ଖୁସିଖବର । ପାର୍ବଣ ପୂର୍ବରୁ ଗ୍ରାହକଙ୍କ ଆକାଉଣ୍ଟରେ ୮.୫% ସୁଧ ଟଙ୍କା ରଖିବାକୁ EPFO ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ EPFO ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛି ।

ଟ୍ୱିଟରରେ EPFO ପକ୍ଷରୁ କୁହାଯାଇଛି ଯେ, ଏହାର ପ୍ରକ୍ରିୟା ଚାଲିଛି ଓ ଖୁବଶୀଘ୍ର ଏହାର ରେଜଲ୍ଟ ମିଳିଯିବ । ଯେତେବେଳେ ବି ଆକାଉଣ୍ଟରେ ସୁଧ ଟଙ୍କା ଜମା ହେବ, ତାହା ଗୋଟିଏ ସମୟରେ ଜମା ହେବ । କାହାର ବି ସୁଧରି କ୍ଷତି ହେବ ନାହିଁ, ତେଣୁ ଦୟାକରି ଧର୍ଯ୍ୟ ରଖନ୍ତୁ ।’୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫% ସୁଧ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର ।

ତେବେ ଆପଣ ପିଏଫ୍ ଟଙ୍କା ଚେକ୍ କରିବାକୁ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬ରୁ ମିସ୍ଡ କଲ୍ କରନ୍ତୁ । ଏହା ପରେ EPFOର ମେସେଜ୍ ମାଧ୍ୟମରେ ଆପଣଙ୍କ PF ଡିଟେଲ ମିଳିଯିବ । ଏଠାରେ ବି ଆପଣଙ୍କୁ ୟୁଏଏନ୍, ପ୍ୟାନ୍ ଓ ଆଧାର ଲିଙ୍କ କରିବାକୁ ପଡିବ ।

ଏହା ବ୍ୟତୀତ ଆପଣ ଅନଲାଇନ୍ ବାଲାନ୍ସ ଚେକ୍ କରିବାକୁ ଚାହୁଁଥିଲେ ପ୍ରଥମେ EPFO ୱେବସାଇଟ epfindia.gov.inକୁ ଯାଇ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ । ଇ-ପାସବୁକରେ କ୍ଲିକ୍ କରିବା ପରେ ନୂଆ ପେଜ୍ passbook.epfindia.gov.in ଆସିବ । ସେଠାରେ ଆପଣଙ୍କୁ ୟୁଜର ନାଁ, ପାସୱାର୍ଡ ଦିଅନ୍ତୁ । ସମସ୍ତ ଡାଟା ଦେବା ପରେ ଗୋଟିଏ ନୂଆ ପେଜ୍ ଆସିବ ଓ ସେଠାରେ ଗ୍ରାହକ ନିଜ ଆକାଉଣ୍ଟ ଚୟନ କରି ଇ-ପାସବୁକ ଓ ନିଜର ଇପିଏଫ ବାଲାନ୍ସ ଜାଣିପାରିବ ।

ଅନଲାଇନ୍ ସହିତ ଆପଣ UMANG Aappକୁ ଯାଇ ମଧ୍ୟ ବାଲାନ୍ସ ଜାଣିପାରିବେ । ଏହା ବ୍ୟତୀତ ଯଦି ଆପଣଙ୍କର ୟୁଏଏନ୍ ନମ୍ବର ଇପିଏଫଓରେ ପଞ୍ଜୀକୃତ ହୋଇଛି, ତେବେ ଆପଣ ନିଜର ପିଏଫ୍ ବାଲାନ୍ସ ମେସେଜ୍ ମାଧ୍ୟମରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ରେ EPFOHO ଲେଖି ପଠାଇବାକୁ ପଡିବ ।

Get real time updates directly on you device, subscribe now.