fbpx

କରୋନା ପାଇଁ ସରକାରଙ୍କ ଆଉ ଏକ ଘୋଷଣା- ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସହ ବିଲରେ ରିହାତି

ନୂଆଦିଲ୍ଲୀ,୨୮ ।୩: କରୋନା ଭାଇରସ୍ ଯୋଗୁଁ ସାରା ଦେଶ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କମ୍ପାନୀମାନଙ୍କ ପାଇଁ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଇବା ସହ ବିଲ୍ ବିଳମ୍ବ ହେଲେ କୌଣସି ଚାର୍ଜ ଆଦାୟ ହେବ ନାହିଁ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ବିଦ୍ୟୁତ୍ ଉପଭୋକ୍ତାମାନେ ଆଗାମୀ ୩ ମାସ ପର୍ଯ୍ୟନ୍ତ ବିଲ୍ ପୈଠ କରିପାରିବେ ନାହିଁ । ବିଦ୍ୟୁତ୍ କମ୍ପାନୀଗୁଡିକରେ ଯେପରି ନଗଦର ଅଭାବ ନରୁହେ, ସେଥିପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରିଲିଫ୍ ଘୋଷଣା କରାଯାଇଛି ।

ତେବେ ୨୧ ଦିନଆ ଲକ୍-ଡାଉନ୍ ଫଳରେ ଦେଶର ଅର୍ଥନୀତି ଉପରେ ବେଶ ପ୍ରଭାବ ପଡିଛି । କମ୍ପାନୀଗୁଡିକ ମଧ୍ୟ ବହୁ କ୍ଷତି ସହୁଛନ୍ତି । ସେଥିପାଇଁ ସରକାର ପ୍ରଥମ ତିନିଦିନରେ ଅନେକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ମାଗଣା ରାସନଠାରୁ ଆରମ୍ଭ କରି ଘର ଲୋନ୍, କ୍ରେଡିଟ୍ କାର୍ଡ, ଇଏମଆଇ ଭରିବାରେ ରିହାତି ପର୍ଯ୍ୟନ୍ତ ବହୁ ଘୋଷଣା କରିଛନ୍ତି ସରକାର ।

Get real time updates directly on you device, subscribe now.