fbpx

ରାଜ୍ୟର ୧୭ଟି ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇବେ ୨୪୦୦ କର୍ମଚାରୀ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୭ଟି ଶିଳ୍ପା ସଂସ୍ଥା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ହଜାରେ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ୧୫୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ୭ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହିତ ୮୪୮ କୋଟି ଟଙ୍କା ନିବେଶ ହୋଇଥିବା ୧୦ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି । ତେବେ ଏହି ସବୁ ପ୍ରକଳ୍ପଗୁଡ଼ିକରେ ୨୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ନିର୍ମାଣ, ସାର କ୍ଷେତ୍ରରେ ଏହି ସବୁ ପ୍ରକଳ୍ପ ପ୍ରତିଷ୍ଠା ହେବ । ଇଫକୋ, ରାମକୋ ସିମେଣ୍ଟ, କୋଷ୍ଟାଲ ବାୟୋଟେକ ଭଳି କମ୍ପାନୀମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

ତେବେ ଓଡ଼ିଶା ପୂର୍ବ ଭାରତର ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇଥିବା ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ । ବରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଅନ୍ୟ ଜିଲ୍ଲାମାନଙ୍କରେ ଲଘୁ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରତିଷ୍ଠା କରାଯିବ । ହିଣ୍ଡାଲକୋ ଆଗ୍ରୋ ପକ୍ଷରୁ ୫୩ କୋଟି ବ୍ୟୟରେ ବାଲେଶ୍ୱରର ଖନ୍ତାପଡ଼ାଠାରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପ, ଶ୍ରୀ ମାଲାନା ଫୋମସ ଦ୍ୱାରା ଖୋର୍ଦ୍ଧାର ଜୟମଙ୍ଗଳଠାରେ ୧୩୫ କୋଟିର ପ୍ରକଳ୍ପ, ଗଞ୍ଜାମରେ ସ୍ପେଶାଲ ରିସୋର୍ଟସ ପ୍ରା.ଲି. ଦ୍ୱାରା ୨୨ କୋଟିର ପ୍ରକଳ୍ପ, ଉତ୍କଳ ସ୍ପେଶିଆଲିଟି ଇଣ୍ଡଷ୍ଟ୍ରି ଦ୍ୱାରା ଖୋର୍ଦ୍ଧାରେ ୭ କୋଟିର ପ୍ରକଳ୍ପ ପ୍ରତିଷ୍ଠା ନେଇ ଉଦଘାଟନୀ ପର୍ବ ଶେଷ ହୋଇଛି । ସେହିପରି ଜେନେସିସ ସିଷ୍ଟେକ ଦ୍ୱାରା କଟକରେ ୟୁଭି ପ୍ରିଣ୍ଟିଂ ବୋର୍ଡ ଉତ୍ପାଦନ ୟୁନିଟ, ନିବେଦିତା ପଲିମର ପକ୍ଷରୁ ବାଲେଶ୍ୱରର ସୋମନାଥପୁରରେ ପ୍ଲାଷ୍ଟିକ ରୋପ ତିଆରି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହୋଇଛି ।

Get real time updates directly on you device, subscribe now.