fbpx

ଖାଇବାରେ ପିରିୟଡର ରକ୍ତ ମିଶାଇ ଦେଉଥିଲା ପତ୍ନୀ, ସଂକ୍ରମଣ ବ୍ୟାପିବାରୁ ଏପରି ହେଲା ଖୁଲାସା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସ୍ୱାମୀଙ୍କ ଅଭିଯୋଗର ଯାଞ୍ଚ କରିବାକୁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଅଭିଯୋଗକାରୀ ସ୍ୱାମୀଙ୍କ କହିବା ମୁତାବକ, ତାଙ୍କ ପତ୍ନୀ ନିଜର ମାସିକ ଋତୁସ୍ରାବ ବା ପିରିୟଡର ରକ୍ତକୁ ଖାଦ୍ୟରେ ମିଶ୍ରଣ କରି ଦେଉଥିଲେ । ଏଥିରେ ସେ ଗୁରୁତର ସଂକ୍ରମଣ ହୋଇଥିଲେ, ଯେଉଁ କାରଣରୁ ସେ ମରୁ ମରୁ ବଞ୍ଚିଛନ୍ତି । ପୀଡ଼ିତ ସ୍ୱାମୀ ଗତବର୍ଷ ୧୨ ଜୁନ୍ ୨୦୨୦ରେ ନିଜ ପତ୍ନୀ ଓ ତାଙ୍କ ପିତା-ମାତାଙ୍କ ବିରୋଧରେ କବି ନଗର ଥାନାରେ ଅଭିଯୋଗ କରିଥିଲେ ।

ମାମଲା ଅନେକ ସମୟ ଧରି ପୋଲିସ ପାଖରେ ଥିବାବେଳେ ଏବେ ପୀଡ଼ିତ ସ୍ୱାମୀଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଅଭିଯୋଗ ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ପ୍ରସଙ୍ଗରେ ଜିଲ୍ଲା ଚିକିତ୍ସା ଅଧିକାରୀ ବା ସିଏମଓଙ୍କୁ ଚିଠି ଲେଖି ଏହି ମାମଲାରେ ରିପୋର୍ଟ ମାଗିଥିଲେ । ଏବେ ଅଭିଯୁକ୍ତଙ୍କ ଯାଞ୍ଚ କରିବା ପାଇଁ ୪ ସଦସ୍ୟ ଥିବା ମେଡିକାଲ ଟିମ୍ ଗଠନ କରାଯାଇଛି । ବୋର୍ଡଙ୍କ ରିପୋର୍ଟ ପରେ ଗାଜିଆବାଦ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବେ ।

ତେବେ ଅଭିଯୋଗକାରୀ ସ୍ୱାମୀଙ୍କ କହିବା ମୁତାବକ, ସେହିଦିନମାନଙ୍କରେ ଖାଦ୍ୟ ଖାଇବା ପରେ ସେ ଅପ୍ରତ୍ୟାଶିତ ଭାବରେ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରୀ ପରୀକ୍ଷା ପରେ ରିପୋର୍ଟ ଆସିଲା କି, ସଂକ୍ରମଣ କାରଣରୁ ଶରୀରରେ କୁଣ୍ଡେଇ ହେଉଛି । ଅଭିଯୋଗକାରୀ ସ୍ୱାମୀଙ୍କ ବାହାଘର ୨୦୧୫ରେ ହୋଇଥିଲା ।

ଅଭିଯୋଗ ମୁତାବକ, ପତ୍ନୀ ବାରମ୍ବାର ଶାଶୁ-ଶଶୁରଙ୍କଠାରୁ ଅଲଗା ହେବା ପାଇଁ ଜିଦ୍ କରୁଥିଲେ । କିନ୍ତୁ ସ୍ୱାମୀ ନିଜର ପିତା-ମାତାଙ୍କୁ ଛାଡି ଯିବାକୁ ରାଜି ହୋଇନଥିଲେ । ଏହା ପରେ ଛୋଟ ଛୋଟ କଥାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହା ପରେ ମାମଲା ଏଠାରେ ଆସି ପହଞ୍ଚିଥିଲା । ପ୍ରତିଦିନ ଝଗଡ଼ା କାରଣରୁ ମାତା-ପିତା ସମ୍ପର୍କୀୟଙ୍କ ଘରେ ଯାଇ ରହିଲେ । ଏହା ପରେ ପତ୍ନୀ ଖାଇବାରେ ନିଜର ମାସିକ ଧର୍ମର ରକ୍ତ ମିଶାଇ ଦେଇଥିଲେ ।

ଏ ବିଷୟରେ କିପରି ଜାଣିଲ ବୋଲି ପଚରାଯିବାକୁ ବ୍ୟକ୍ତି ଜଣକ କହିଛନ୍ତି ଯେ, ତାଙ୍କ ପତ୍ନୀ ଓ ତାଙ୍କ ମା ଫୋନରେ କଥା ହେଉଥିବାର ଏକ ରେକର୍ଡ କରିଥିଲି । ୧ ବର୍ଷ ପରେ ପୋଲିସ ସିଏମଓଙ୍କ ନିକଟକୁ ଏବିଷୟରେ ଚିଠି ଲେଖିବାରୁ ମାମଲା ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.