fbpx

ବେଶ୍ୟାବୃତ୍ତି କାରଣରୁ ଏହି ଅଭିନେତ୍ରୀଙ୍କ ହୋଇଥିଲା ଏଡସ୍, ଏହି ଷ୍ଟାର୍ ମାନେ ଏଚଆଇଭି ଯୋଗୁଁ ହରାଇଛନ୍ତି ଜୀବନ…

ନୂଆଦିଲ୍ଲୀ: ଆଜି ପୂରା ବିଶ୍ୱ ଏଡସ୍ ଦିବସ ପାଳନ କରୁଛି । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ଏଡସ୍ ଦିବସ ଭାବରେ ପାଳନ କରାଯାଏ । ଡିସେମ୍ବର ୧ ତାରିଖ ୧୯୮୮ ମସିହାରେ ପ୍ରଥମେ ଏହି ଦିନକୁ ପାଳନ କରାଯାଇଥିଲା । ଏହିଦିନର ମୁଳ ଉଦ୍ଦେଶ୍ୟ ହେଉଛି ଏଚଆଇଭି ସଂକ୍ରମିତଙ୍କୁ ସହାୟତା କରିବା ଓ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଖାଲି ସେତିକି ନୁହେଁ ଏଚଆଇଭିକୁ ନେଇ ବ୍ୟାପୁଥିବା ଗୁଜବକୁ ମଧ୍ୟ ଏଡାଇବା ହେଉଛି ଏହି ଦିନର ଏକ ପ୍ରମୁଖ ଲକ୍ଷ୍ୟ । ଏଡସ୍ ର ପୁରା ନାମ ହେଲା, ଏକ୍ୱାୟର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ । ଯେଉଁ ଭାଇରସ୍ କାରଣରୁ ଏହା ବ୍ୟାପିଥାଏ ତାକୁ ହ୍ୟୁମନ୍ ଇମ୍ୟୁନ ଡେଫିସିଏନ୍ସି ଅର୍ଥାତ୍ ଏଚଆଇଭି ବୋଲି କୁହାଯାଏ । ଏହା ସଂକ୍ରମଣକାରୀ ଯୌନ ରୋଗ । ତେବେ ବିଗତ ଦିନରେ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ଅନେକ ତାରକା ମାନେ ପ୍ରାୟ ହରାଇଛନ୍ତି । ତେବେ ଚାଲନ୍ତୁ ଜାଣିବା ସେମାନେ କିଏ?

ପେଡ୍ରୋ ଜମାରୋ ଆମେରିକାର ଜଣେ ଲୋକପ୍ରିୟ ଟିଭି ସେଲିବ୍ରିଟି । ସେ ନିଜ ରୋଗକୁ ଖୋଲାଖୋଲି ଭାବରେ ସ୍ୱୀକାର କରିଥିଲେ । ପେଡ୍ରୋ ଏହି ମାରାତ୍ମକ ଭାଇରସ୍ ଦ୍ୱାରା ସଂକ୍ରମିତ ଥିଲେ ଓ ନଭେମ୍ବର ୧୧ ତାରିଖ ୧୯୯୪ରେ ତାଙ୍କ ଦେହାନ୍ତ ହୋଇଗଲା ।

ଜଣାଶୁଶା ଆମେରିକାନ୍ ମଡେଲ୍ ଜିୟା ସାରଙ୍ଗୀଙ୍କ ମୃତ୍ୟୁ ଏଡସ୍ କାରଣରୁ ହୋଇଥିଲା । ୧୯୮୫ ମସିହାରେ ତାଙ୍କୁ ନିମୋନିଆ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମାନେ ତାଙ୍କ ଠାରେ ଏଚଆଇଭ ଭାଇରସ୍ ପାଇଥିଲେ । ଏହାର କିଛି ଦିନ ପରେ ନଭେମ୍ବର ୧୮ ତାରିଖ ୧୯୮୬ ରେ ସେ ମୃତ୍ୟୁବରଣ କରିଥିଲେ ।

୮୦ ଦଶକରେ ସାଉଥ୍ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଖୁବ୍ ଚର୍ଚ୍ଚିତ ଅଭିନେତ୍ରୀ ନିଶା ନୁର ଜଣେ ହିଟ୍ ହିରୋଇନ୍ ତାଲିକାରେ ସାମିଲ ଥିଲେ । ନିଶା ଏଡସ୍ ଦ୍ୱାରା ପୀଡ଼ିତ ଥିଲେ । ୨୦୦୭ ରେ ତାଙ୍କୁ ଏକ ଦର୍ଗା ବାହାରେ ଠାବ କରାଯାଇଥିଲା ଓ ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣାପଡ଼ିଥିଲା ଯେ, ନିଶା ଏଡସ୍ ରେ ପୀଡ଼ିତ ଅଛନ୍ତି । ଦିନକୁ ଦିନ ଅସୁସ୍ଥତା ବଢ଼ିବାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କୁହାଯାଉଛି ଯେ, ଜଣେ ପ୍ରଡ୍ୟୁସର୍ ବେଶ୍ୟାବୃତ୍ତିରେ ନିଶାକୁ ଛାଡ଼ିଦେଇଥିଲେ, ଯାହାପରେ ତାଙ୍କୁ ଏଡସ୍ ହୋଇଯାଇଥିଲା ।

ଆର୍ଥର୍ ରୋବର୍ଟ ଏଶ୍ ଟେନିସ୍ ରେ ସର୍ବୋଚ୍ଚ ସ୍ତରରେ ଖେଳୁଥିବା ପ୍ରଥମ ଆଫ୍ରିକୀ-ଆମେରିକାନ୍ ଖେଳାଳୀ ଥିଲେ । ୧୯୮୮ ରେ ସେ ଏଚଆଇ ପଜିଟିଭ୍ ଚିହ୍ନଟ ହୋଇଥିଲେ । କୁହାଯାଉଛି ଯେ, ତିନି ବର୍ଷ ପୂର୍ବରୁ ହାର୍ଟ ସର୍ଜରୀ ସମୟରେ ସଂକ୍ରମିତ ରକ୍ତ ତାଙ୍କ ଶରୀରରେ ଚଢ଼ାଯାଇଥିବାରୁ ତାଙ୍କୁ ଏଚଆଇଭି ହୋଇଥିଲା । ୧୯୩୩ ମସିହା ଫେବୃଆରୀ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.