fbpx

ଦିଲ୍ଲୀରେ ୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଦର: କେଜରିୱାଲ ସରକାର ତୈଳ ଉପରୁ VAT ହ୍ରାସ କଲେ, ଓଡ଼ିଶା ସରକାର କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଡିସେମ୍ବର ପହିଲାରେ ଏକ ବଡ଼ ଗିଫ୍ଟ ପ୍ରଦାନ କରିଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତୈଳ ଉପରୁ ମୂଲ୍ୟଯୁକ୍ତ କର (ଭାଟ୍) ହ୍ରାସ ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ ଉପରୁ ଭାଟ ୩୦ ପ୍ରତିଶତରୁ ୧୯.୪୦ ପ୍ରତିଶତକୁ ହ୍ରାସ କରିବା ଫଳରେ ପେଟ୍ରୋଲ ଦର ୮ ଟଙ୍କା ହ୍ରାସ ଶସ୍ତା ହୋଇଯାଇଥିବା ଜଣାପଡ଼ିଛି । ତେବେ ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ବୋଲି କୁହାଯାଇଛି ।

ଚଳିତ ବର୍ଷ ପ୍ରାରମ୍ଭରୁ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ଜନତାଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଦିପାବଳୀ ଅବସରରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିବା ଫଳରେ ତୈଳ ଦର ଶସ୍ତା ହୋଇଥିଲା । କିଛି ଏନଡିଏ ଶାସିତ ରାଜ୍ୟ ତୈଳ ଦରରୁ ଭାଟ୍ କମ କରିଥିବା ବେଳେ ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡ଼ ପରି କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଅନୁରୂପ ନିଷ୍ପତ୍ତି ନିଆଯାଇଥିଲା । ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩.୯୭ ଟଙ୍କା, ମୁମ୍ବାଇରେ ୧୦୯.୯୮, ଭୁବନେଶ୍ୱରରେ ୧୦୧.୮୧ ଟଙ୍କା ରହିଛି । ତେବେ ଦିଲ୍ଲୀରେ ଯଦି ଏହି ପଦକ୍ଷେପ ଲାଗୁ ହୋଇପାରିଲା, ତେବେ ଓଡ଼ିଶାରେ କାହିଁକି ନୁହେଁ? ଓଡ଼ିଶା ସରକାର ତୈଳ ଉପରୁ ଭାଟ୍ କମ୍ କରି କେବେ ଜନତାଙ୍କୁ ଆଶ୍ୱସ୍ତି ଦେବେ ତାହାକୁ ରାଜ୍ୟବାସୀ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.