fbpx

ଗତ ୨୪ ଘଣ୍ଟାରେ ୧୨୩୯ ଜଣ ଅନଲାଇନରେ ପଞ୍ଜୀକରଣ କରିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ଗତ ଦୁଇ ଦିନ ପରି ଆଜି ମଧ୍ୟ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ କରି ୨୪ଘଣ୍ଟାର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଆଜି ସୁଦ୍ଧା ୧୬୨ଟି ଦେଶକୁ କରୋନା ବ୍ୟାପିଛି । କରୋନାରେ ବିଶ୍ୱରେ ୧,୮୩,୧୧୬ ଜଣ ଲୋକ ଆକ୍ରାନ୍ତ ଅଛନ୍ତି । ଭାରତରେ ୧୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱରେ ୯ବର୍ଷ ତଳର କୌଣସି ଶିଶୁର ମୃତ୍ୟୁ ହୋଇନି ବୋଲି ସେ କହିଛନ୍ତି । ଏହାରି ମଧ୍ୟରେ ଓଡ଼ିଶାର ପ୍ରଥମ କରୋନା ପଜିଟିଭ ବାହାରିଥିବା ବ୍ୟକ୍ତି ଭଲ ଅଛନ୍ତିି ।

ଏହାସହ ଜଣେ ଲୋକ ମୋବାଇଲ ଫୋନକୁ ଦିନକରେ ୨୬୦୦ଥର ଛୁଏଁ । ତେଣୁ ମୋବାଇଲକୁ ଦିନକୁ ୪ରୁ ୬ ଥର ସାବୁନ ପାଣିରେ ପୋଛିବାକୁ ପରାମର୍ଶ ଦେଇଛନ୍ତି । ମୋବାଇଲ ଫୋନକୁ ଏଠି ସେଠି ରଖନ୍ତୁନି । ବାହାରୁ ଆସୁଥିଲେ ନିଜ ଆଡ଼ୁ ତଥ୍ୟ ଦିଅନ୍ତୁ । ସାମାଜିକ ଦୂରତା ରଖିବା ସହ ହାତକୁ ବାରମ୍ବାର ଧୁଅନ୍ତୁ । ସୁରକ୍ଷା ଅବଲମ୍ବନ କଲେ ହିଁ ସଂକ୍ରମଣ ରୋକିହେବ ବୋଲି ସେ କହିଛନ୍ତି । ସୁରକ୍ଷା ଅବଲମ୍ବନ ନକଲେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାଙ୍ଗିଯିବ ।

ଗତ ୨୪ ଘଣ୍ଟାରେ ୧୨୩୯ ଜଣ ଅନଲାଇନରେ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଫୋନ କରି ୫୪୫ ଜଣ ପଞ୍ଜୀକରଣ କରିଛନ୍ତି । ବିଭିନ୍ନ ହସ୍ପିଟାଲରେ ୫୪୬ ଟି ଆଇସୋଲେସନ ଶଯ୍ୟା ବ୍ୟବସ୍ଥା ରହିଛି । ଗତ ୨୪ଘଣ୍ଟାରେ ୧୦୪ ହେଲ୍ପଲାଇନକୁ ୧୦ହଜାର କଲ ଆସିଛି ।
କୋଭିଡ଼ ୧୯କର୍ଣ୍ଣ ତିଆରି ପାଇଁ ଘରୋଇ ହସ୍ପିଟାଲକୁ କୁହାଯାଇଛି । ବୟସ୍କ ଅବା ସମସ୍ୟା ଥିଲେ ପିଡ଼ିଏସ୍ ସାମଗ୍ରୀ ଘରେ ପହଞ୍ଚିବ । ମଲ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଦୋକାନ ଖୋଲା ରହିବ । ଏହାସହ ବ୍ୟାଙ୍କ ଓ ଏଟିଏମ ମେସିନରେ ସାନିଟାଇଜର ରଖାଯିବ । ଲୋକଙ୍କୁ ସଚେତନ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ କୁହାଯାଇଛି ।
ରାଜ୍ୟରେ ୩୨ଟି ନମୁନା ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୩୧ଟି ନେଗଟିଭ ଆସିଛ ବୋଲିି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.