fbpx

ରାଉରକେଲାର ୨୫ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି

ରାଉରକେଲାରେ କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ

ରାଉରକେଲା, ୮ା୯(ଓଡ଼ିଶା ଭାସ୍କର): ରାଉରକେଲାର ୨୫ ପ୍ରତିଶତ ଲୋକ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗତ ମାସରେ ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରୁ ଏହା ଜଣାପଡ଼ିଛି ।
ଅନ୍ୟପଟେ ଆଜି ଝାରସୁଗୁଡ଼ା ସ୍ଥିତ ରାଉରକେଲା ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେଠାରେ ପହଞ୍ଚି କୋଭିଡ଼ ସ୍ଥିତି ସମୀକ୍ଷା କରିଥିଲେ । ଏହାସହ ସୁନ୍ଦରଗଡ଼ରେ କୋଭିଡ଼ ପରିଚାଳନାର ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.