fbpx

୨୫ ସାମ୍ବାଦିକଙ୍କୁ କରୋନା, ବନ୍ଦ ହେଲା ଲାଇଭ୍ ସୋ

ଚେନ୍ନାଇ,୨୧ ।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାମାନଙ୍କୁ ଏବେ କରୋନା ଗ୍ରାସିବାରେ ଲାଗିଛି । ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ୍ ଚ୍ୟାନେଲର ୨୫ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି । ୨୫ କରୋନା ପଜିଟିଭଙ୍କ ମଧ୍ୟରେ ବହୁ ପତ୍ରକାର, କ୍ୟାମେରାମ୍ୟାନ୍ ଓ ଅନ୍ୟ ଲୋକ ସାମିଲ ହୋଇଛନ୍ତି ।

ତେବେ ଏହି ଚ୍ୟାନେଲର ପ୍ରାୟ ୯୪ ଳେକଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୨୫ ଜଣଙ୍କର ପଜିଟିଭ୍ ଆସିଥିଲା । ଏହି କାରଣରୁ ଚ୍ୟାନେଲର ଲାଇଭ୍ ପ୍ରୋଗାମକୁ ବନ୍ଦ କରାଗଲା । ପଜିଟିଭ୍ କେସ୍ ଆସିବା ପରେ ଅନ୍ୟ ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.