fbpx

ରାଜ୍ୟରେ ଆଉ ୫କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫ଜଣ କରୋନା ରେ ଆକ୍ରାନ୍ତ ଥିବା ରୋଗୀ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟରେ ବତ୍ତର୍ମାନ ୨୯ଜଣ ସୁସ୍ଥ ହୋଇଛନ୍ତିି । ଭୁବନେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ବତ୍ତର୍ମାନ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୪୯ଜଣ ରାଜ୍ୟରେ କରୋନାରେ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.