fbpx
BJD SKY
BJD SKY

ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମରେ ନିଯୁକ୍ତି: ୨୫୦୦ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

BJD

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) ଲିମିଟେଡରେ ୨୫୦୦ ଆପ୍ରେଣ୍ଟିସ୍ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ନର୍ଦ୍ଦନ ସେକ୍ଟରରେ ୧୫୯ଟି, ମୁମ୍ବାଇ ସେକ୍ଟରରେ ୪୩୬ଟି, ୱେଷ୍ଟର୍ଣ୍ଣ ସେକ୍ଟରରେ ୭୩୨ଟି, ଇଷ୍ଟର୍ଣ୍ଣ ସେକ୍ଟରରେ ୫୯୩ଟି, ସଦର୍ଣ୍ଣ ସେକ୍ଟରରେ ୩୭୮ଟି ଓ ସେଣ୍ଟ୍ରାଲ ସେକ୍ଟରରେ ୨୦୨ଟି ପଦ ଖାଲି ରହିଛି ।

ସେପ୍ଟେମ୍ବର ୧ ତାରିଖରେ ଏହି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ସେପ୍ଟେମ୍ବର ପହିଲାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୦ ତାରିଖରେ ସମାପ୍ତ ହେବ । ଏହାପରେ ଅକ୍ଟୋବର ମାସ ୫ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା / ଡିଗ୍ରୀ (ପ୍ରାସଙ୍ଗିକ ଟ୍ରେଡ) ପାସ୍ ରହିଥିବା ଆବଶ୍ୟକ ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ୩ ବର୍ଷ, ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.apprenticeshipindia.gov.in/

ନୋଟିଫିକେସନ୍ ଲିଙ୍କ: https://ongcindia.com/documents/77751/2660534/apprenticeship2023.pdf/788211c7-a0f3-826c-a62a-166826bed9ca

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ongcindia.com/

Get real time updates directly on you device, subscribe now.