fbpx

ଦିନକରେ ଦେଶରେ ୨୫୧ ମୃତ

Advertisement

ଭୁବନେଶ୍ୱର, ୨୬ା୧୨ (ଓଡିଶା ଭାସ୍କର): ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩କୁ ବୃଦ୍ଧି ପାଇଛି ।

ସେହିପରି ଦିନକରେ ୨୨ ହଜାର ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୯ ହଜାର ୧୧୮କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ ୨ ଲକ୍ଷ ୮୧ ହଜାର ୬୬୭ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୭ ଲକ୍ଷ ୪୦ ହଜାର ୧୦୮ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.