fbpx

ନାତୁଣୀ ହେମଦସ୍ତା ମାଡ଼ରେ ଆଈ ମୃତ

Advertisement

ଭଣ୍ଡାରିପୋଖରୀ, ୨୬ା୧୨ (ଓଡିଶା ଭାସ୍କର): ଘରୋଇ କଳହକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ନାତୁଣୀର ହେମଦସ୍ତା ମାଡ଼ରେ ଆଈ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଭଣ୍ଡାରୀପୋଖରୀ ନପଙ୍ଗ ପଞ୍ଚାୟତରେ ଏହି ଘଟଣା ଘଟିଯାଇଛି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କୁହାଯାଉଛି । ନାତୁଣୀ ହେମଦସ୍ତାରେ ଆଈ ମୁଣ୍ଡକୁ ଜୋରରେ ପିଟିଦେବା ଫଳରେ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନାତୁଣୀ ଜଣକ ନାବାଳିକା ଅଟନ୍ତି । ପୋଲିସ ହତ୍ୟା କରିଥିବା ନାତୁଣୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.