fbpx

ଖୁସି ଖବର, ରାଜ୍ୟରେ ଆଜି ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୬୯୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୭୬, ଗଞ୍ଜାମରୁ ୨୩୭, ରାୟଗଡ଼ାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡ଼ରୁ ୯୬, ବଲାଙ୍ଗୀରରୁ ୮୫, ଢ଼େଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୁରଭଞ୍ଜରୁ ୫୪, ବରଗଡ଼ରୁ ୫୩, ଜଗତସିଂହପୁରରୁ ୫୩, ମାଲକାନଗିରିରୁ ୫୨, ଯାଜପୁରରୁ ୪୨, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେଓଗଡ଼ରୁ ୧୯, କେନ୍ଦୁଝରରୁ ୧୯, ଝାରସୁଗୁଡ଼ାରୁ ୧୮, ଅନୁଗୁଳରୁ ୩, ବୌଦ୍ଧରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.