fbpx

ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସଡ଼ବ୍ଲୁ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଜଗତସିଂହପୁରରେ ଜେଏସଡ଼ବ୍ଲୁ ଇସ୍ପାତ ପ୍ରକଳ୍ପ କାମ ଆରମ୍ଭ ହେବ । ଜଗତସିଂହପୁରରେ ୧୨ ନିୟୁତ ଟନର ଇସ୍ପାତ ପ୍ରକଳ୍ପ ଜେଏସଡ଼ବ୍ଲୁ କରିବ । ପ୍ରକଳ୍ପ ଅଗ୍ରଗତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ଜରିଆରେ ବୈଠକ ହୋଇଥିଲା । ସେହି ବୈଠକରେ ଜେଏସଡ଼ବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଥିଲେ । କମ୍ପାନିର ଅଗ୍ରଗତି ପାଇଁ ସରକାରଙ୍କଠୁ ସବୁ ସହଯୋଗ ମିଳୁଛ ବୋଲି ସଜ୍ଜନ କହିଥିଲେ । ଅନ୍ୟପଟେ ଏହି ପ୍ରକଳ୍ପର ତ୍ୱରିତ ଅଗ୍ରଗତି ନେଇ ଆମେ ଆଶବାଦୀ ଅଛୁ ବୋଲି ନବୀନ କହିଛନ୍ତି । ଆଗାମୀ ୧୦ ବର୍ଷରେ ଓଡ଼ିଶାରେ ଲକ୍ଷେ କୋଟି ଟଙ୍କା ନିବେଶ କରିବ ଜେଏସଡ଼ବ୍ଲୁ । ସମ୍ବଲପୁରୂ ଆଇଆଇଏମ ଓ ଜେଏସଡ଼ବ୍ଲୁ ସହାୟତାରେ ଏକ ସ୍କୁଲ ପ୍ରତିଷ୍ଠା ହେଉଛି । ଏହି ଅନୁଷ୍ଠାନ ଦୀର୍ଘମିଆଦି ଶିକ୍ଷା ବିକାଶରେ ସହାୟକ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.