fbpx

କଟକ ସହରରୁ ଆଜି ୨୫୪ ପଜିଟିଭ ଚିହ୍ନଟ

କଟକ,୧୯ ।୯(ଓଡିଶା ଭାସ୍କର): ଆଜି କଟକ ସହରରୁ ମୋଟ ୨୫୪ ଜଣ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୨୧ ଜଣ ସଂଗରୋଧ ଓ ୧୩୩ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଆଜି କଟକ ଜିଲ୍ଲାରୁ ମୋଟ ୪୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ କଟକ ସହରରୁ ୨୫୪ ଜଣ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୧୧ ହଜାର ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୮ ହଜାର ୩୪୮ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୭୪୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୧ ଜଣଙ୍କର ପ୍ରାଣହାନୀ ଘଟିଛି ।

Get real time updates directly on you device, subscribe now.