fbpx

୨୬/୧୧ ମୁମ୍ବାଇ ହମଲାକୁ ପୁରିଛି ୧୩ ବର୍ଷ, ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା କାଳରାତ୍ରିର ଦୃଶ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ : ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାକୁ ପୁରିଛି ୧୩ ବର୍ଷ । ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା ଘଟଣା । ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବା ସେ ଦିନର ଘଟଣା ମନେ ପଡ଼ିଲେ ଅଙ୍ଗେ ନିଭେଇଥିବା ଲୋକଙ୍କ ଲୋମ ଏବେ ବି ଟାଙ୍କୁରି ଉଠେ । ତେବେ ମାୟାନଗରୀରେ ମୃତ୍ୟୁର ତାଣ୍ଡବଲୀଳା ସାରା ମୁମ୍ବାଇବାସୀଙ୍କ ପାଇଁ ଯେମିତି ପାଲଟି ଯାଇଥିଲା କାଳର ରାତି । ସହରର ପ୍ରମୂଖ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀମାନେ ଅତର୍କିତଭାବେ କରିଥିଲେ ଗୁଳିଚାଳନା । ଏପରକି ତାଙ୍କ କୋପରୁ ବର୍ତ୍ତି ପାରି ନଥିଲା କୋମଳମତି ଶିଶୁ ଓ ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ଜୀବନ । ୨୦୦୮ ନଭେମ୍ବର ୨୬ରେ ମାୟାନଗରିର ଜନଗହଳିପୂର୍ଣ୍ଣ ସ୍ଥାନରେ ତାଣ୍ଡବ ରଚିଥିଲେ ଆତଙ୍କବାଦୀ । ଲସ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ଖେଳାଇଦେଇଥିଲେ ଆତଙ୍କ ।


ଲସ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ ମାନେ ସେମାନଙ୍କ ତାଣ୍ଡବ ମୁମ୍ବାଇର ରେଳ ଷ୍ଟେସନ୍ ଛତ୍ରପତି ଶିବାଜୀ ଟର୍ମିନାଲରୁ ଆରମ୍ଭ କରିଥିଲେ। ସେଠାରେ ଆଖିବୁଜା ଗୁଳି ମାଡ଼ କରିବା ସହ ଗ୍ରେନେଡ଼ ଫୋପାଡ଼ି ଥିଲେ । ଏଥିରେ ୫୮ ଜଣ ଲୋକ ପ୍ରାଣ ହରାଇଥିଲେ। ଆଉ ଏହି ଆତଙ୍କବାଦୀ ହମଲାରେ ୧୬୬ ଜଣଙ୍କ ଜୀବନ ଯିବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ଦୀର୍ଘ ୪ ଦିନ ଧରି ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନ ସିଏମଟି , ତାଜ ଓ ଟ୍ରାଇଡେଣ୍ଟ ଆଦି ହୋଟେଲ ଏବଂ ଡାକ୍ତରଖାନା ସମେତ ରାସ୍ତାରେ ଯାଉଥିବା ଯାନବାହାନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହା ବ୍ୟତୀତ ତାଜ ହୋଟେଲ, ଓବରାଇ ହୋଟେଲ, ଶିବାଜୀ ଟର୍ମିନସ୍, ଲିଓପୋଲ୍ଡ କ୍ୟାଫେ, କାମା ଡାକ୍ତରଖାନାରେ ଆକ୍ରମଣ କରିଥିଲେ ଏହି ଆତଙ୍କୀ ମାନେ ।

ପୁଲିସ୍ ସହ ମୁହାଁମୁହିଁ ହୋଇ ମୋଟ ୧୦ ଜଣରୁ ୯ଜଣ ଆତଙ୍କବାଦୀ ନିହତ ହେଲେ। ଜୀବନ୍ତ ଧରାପଡ଼ିଥିବା ମୁଖ୍ୟ ଆସାମୀ ଅଜମଲ କସାବକୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଗଲା । ଏହି ଘଟଣାରେ ଗିରଫ ହୋଇଥିବା ଆତଙ୍କବାଦୀ ଅଜମଲ କସାବକୁ ୨୧ ନଭେନ୍ୱର ୨୦୧୨ରେ ଫାଶୀ ଦିଆଯାଇଥିଲା । ସମୁଦ୍ରପଥ ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିଥିଲେ ଲସ୍କର-ଏ-ତୋଏବାର ୧୦ ଆତଙ୍କବାଦୀ ।

 

Get real time updates directly on you device, subscribe now.