fbpx

ରାଜ୍ୟ କ୍ୟାବିନେଟ ବୈଠକରେ ୨୭ଟି ପ୍ରସ୍ତାବ ଉପରେ ମୋହର

Advertisement

ଓଡ଼ିଶା ଭାସ୍କର: ୨୭ଟି ପ୍ରସ୍ତାବ ଉପରେ ମୋହର। ଆଜି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପରିବାରଙ୍କୁ ଦୁଇଟି ଝୋଟ ତିଆରି ବ୍ୟାଗ ଓ ୧ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ୯୫.୯୦ଲକ୍ଷ ହିତାଧିକାରୀ ପରିବାରଙ୍କ ପାଇଁ ବଣ୍ଟନ ହେବାକୁ ଥିବା ମୋଟ ୧କୋଟି ୯୧ଲକ୍ଷ ୮୧ହଜାର ୫୨ଟି ଝୋଟ ତିଆରି ବ୍ୟାଗର ଖର୍ଚ୍ଚ ବାବଦକୁ ୨୭୮.୬୯କୋଟି ଟଙ୍କା ଓ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିବା ଖର୍ଚ୍ଚ ବାବଦକୁ ୯୫୯.୦୫ କୋଟି ଟଙ୍କା ଏଭଳି ମୋଟ ୧୨୩୭.୭୪କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହନ କରିବେ ବୋଲି ସୂଚନା ଦିଆଯାଇଛି।

ଅନ୍ୟପଟେ ଯୁବବର୍ଗଙ୍କ ଲାଗି ସ୍ୱୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି। ଋଣ ଶୁଝିବା ଅବଧି ୪ ବର୍ଷ ରହିବ। ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି। ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା। ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।

ତେବେ ମାଆ ସମଲେଶ୍ୱରୀ ମନ୍ଦିରର ଯୋଜନା କାର୍ଯ୍ୟ କାରିତା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ୱିତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ୟାବିନେଟ ମୋହର ମାରିଛି।

ସେହିପରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ୟ୍ୟକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ। ସେପଟେ ମାଳତି ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩ରୁ ୬ ବର୍ଷ ଶିଶୁ ମାନଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ଵିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି। ଏହାଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ତେବେ ଜମିଜମା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି। ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି। ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି। ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର। ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି। ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ। ନିର୍ମାଣ ହେବ ସ୍ୱଭାବ କବି ଗଙ୍ଗାଧରମ ମେହେର ଭବନ।

Get real time updates directly on you device, subscribe now.