fbpx

ତେହେରାନରୁ ଫେରିଲେ ୨୭୭ ଭାରତୀୟ

ତେହେରାନ, ୨୫ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । ଏହାରି ମଧ୍ୟରେ ଇରାନର ତେହେରାନଠାରେ କିଛି ଭାରତୀୟ କରୋନା ସଂକ୍ରମଣ ନେଇ ଫସି ରହିଥିଲେ । ପରେ ତେହେରାନରୁ ଆଜି ୨୭୭ ଭାରତୀୟ ଦେଶକୁ ଫେରାଇ ଅଣାଯାଇଛି । ସୋମନେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି । ସମସ୍ତ ଭାରତୀୟ ୧୪ଦିନ ପାଇଁ ଆଇସୋଲେସନରେ ରହିବେ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ବତ୍ତର୍ମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୮ହଜାର ୫୮୯ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ହଜାର ୮୮୪କୁ ଟପିଛି । କରୋନାରେ ଆକ୍ରାନ୍ତ ଥିବା ୬୬ହଜାର ୯୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.