fbpx

ଜଣେ ରୋଗୀଠାରୁ ୫୯,୦୦୦ଜଣ ଲୋକଙ୍କୁ ବ୍ୟାପିପାରେ କରୋନା

ଜଣେ ଅଭିଜ୍ଞ ଡାକ୍ତର କହିଛନ୍ତି ଯେ, ଜଣେ ସଂକ୍ରମିତ ରୋଗୀଠାରୁ ୫୯,୦୦୦ ଲୋକଙ୍କୁ ବ୍ୟାପିପାରେ କରୋନା ଭାଇରସ୍ । ୟୁନିଭରସିଟି କଲେଜ ଲଣ୍ଡନର ଇଣ୍ଟେନ୍ସିଭ କେୟାର ମେଡିସିନ୍ ପ୍ରଫେସର ଡାକ୍ତର ମଣ୍ଟଗୋମେରୀ କହିଛନ୍ତି ଯେ, କରୋନା ଅତ୍ୟଧିକ ଲୋକଙ୍କୁ ସଂକ୍ରମଣ କରୁଥିବା ଭାଇରସ୍ ।

ଏହା ସହ ଡେଲ ମେଲର ରିପୋର୍ଟ ମୁତାବକ ମଣ୍ଟଗୋମେରୀ କହିଥିଲେ ଯେ, ସଂକ୍ରମିତ ରୋଗୀଠାରୁ ହଜାର ହଜାର ଲୋକଙ୍କୁ ଏହି ଭାଇରସ୍ ହୋଇପାରେ । ଏନେଇ ସାମାଜିକ ଦୂରତା ରଖିବା ନିହାତି ଜରୁରୀ । ସାଧାରଣ ଫ୍ଲୁ ଥିରେ ସେମାନେ ହାରାହାରି ୧.୩ରୁ ୧.୪ ଲୋକଙ୍କୁ ସଂକ୍ରମିତ କରିପାରେ । କରୋନା ଭାଇରସ୍ ଜଣେ ବ୍ୟକ୍ତିଠାରୁ ହାରାହାରି ୩ ଲୋକଙ୍କୁ ବ୍ୟାପିଥାଏ । କରୋନା ଭାଇରସ୍ ୧ରୁ ୩ ଜଣଙ୍କୁ ବ୍ୟାପିପାରେ ଓ ଯଦି ଏହା ୧୦ ଥର ଅଗ୍ରଗତି କରେ ତେବେ ୫୯,୦୦୦ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.