fbpx
BSKY
BJD SHG SKY
BJD YOUTH SKY

e-SHRAM ପୋର୍ଟାଲରେ ପଞ୍ଜିକୃତ ହେଲେ ୨୮ କୋଟି ଲୋକ: ଏହି କାର୍ଡରେ କ’ଣ ଫାଇଦା ମିଳେ

ନୂଆଦିଲ୍ଲୀ: ଦେଶର ଗରିବଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ହେଉଛି ଇ-ଶ୍ରମ କାର୍ଡ । ଏହି ସ୍କିମ ମାଧ୍ୟମରେ ଦେଶର ଅସଂଗଠିତ କ୍ଷେତ୍ର ସହିତ ଜଡ଼ିତ ଶ୍ରମିକଙ୍କୁ ନିଜର ନାମ ପଞ୍ଜୀକୃତ କରିବାକୁ ପଡ଼ିଥାଏ । ଏହାପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଜନାର ଫାଇଦା ମିଳିଥାଏ । ତେବେ ଏହା ମଧ୍ୟମରେ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କ ସଂଖ୍ୟା ୨୮ କୋଟି ଟପିଯାଇଛି ।

ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଥିବା ଶ୍ରମିକଙ୍କୁ ବର୍ତ୍ତମାନ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ପ୍ରଦାନ କରୁଛନ୍ତି । ଏହି ବୀମା ପାଇଁ ପ୍ରିମିୟମ ଦେବାର ଆବଶ୍ୟକତା ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କ ମୃତ୍ୟୁ ଘଟେ ବା ସେ ସ୍ଥାୟୀ ଭାବେ ବିକଳାଙ୍ଗ ପାଲଟି ଯାଆନ୍ତି ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଏ । ସେ ଯଦି ଆଂଶିକ ଭାବେ ବିକଳାଙ୍ଗ ହୋଇଯାଆନ୍ତି ତେବେ ୧ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ ।

ଇ-ଶ୍ରମ ପୋର୍ଲାଲରେ ରେଜିଷ୍ଟ୍ରେସନ କରିବା ପାଇଁ ଶ୍ରମିକଙ୍କ ପାଖରେ ଆଧାର କାର୍ଡ, ମୋବାଇଲ ନମ୍ବର ଓ ବ୍ୟାଙ୍କ ଖାତା ରହିଥିବା ଆବଶ୍ୟକ । ଯାହା ପାଖରେ ଆଧାର ଲିଙ୍କ ମୋବାଇଲ ନମ୍ବର ନଥିବ, ସେ ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ସମ୍ପର୍କ କରିପାରିବେ । ସେଠାରେ ସେମାନେ ବାୟୋମେଟ୍ରିକ ମାଧ୍ୟମରେ ପଞ୍ଜୀକରଣ କରିପାରିବେ । ଏଥିସହିତ ମୋବାଇଲ ନମ୍ବର ମଧ୍ୟ ଅପଡେଟ୍ କରିପାରିବେ । ଏହି ପୋର୍ଟାଲରେ ୩୮ କୋଟି ଶ୍ରମିକଙ୍କୁ ଯୋଡ଼ିବା ନେଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଗରିବଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସରକାରଙ୍କ ଲକ୍ଷ୍ୟ ଅଟେ ।

Get real time updates directly on you device, subscribe now.