fbpx

୨୮ ଦିନିଆ ଲମ୍ବା ଛୁଟିରେ ସ୍ୱାସ୍ଥ୍ୟ ବିଭାଗର ମୁଖା ଶାସନ ସଚିବ, ଆର୍‌. କେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ୨୮ ଦିନ ପାଇଁ ଛୁଟିରେ ଯାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖା ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଛୁଟିରେ ଯାଇଛନ୍ତି । ତାଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ରାଜ କୁମାର ଶର୍ମା ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିବେ । ସାଧାରଣ ପ୍ରଶାସନ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ ରୁ ଅକ୍ଟୋବର ୧୫ ଯାଏ ଛୁଟିରେ ଯାଇଛନ୍ତି ।

୨୦୨୦ ମାର୍ଚ୍ଚ ମାସରେ କରୋନାକୁ ମହାମାରୀ ଘୋଷଣା କରିବା ସହ ସ୍ୱତନ୍ତ୍ର ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ପ୍ରଦୀପ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ତତ୍‌କାଳୀନ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କିଛିଦିନ ପରେ ହଟାଇ ଶ୍ରୀ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ପୂର୍ଣ୍ଣକାଳୀନ ଦାୟିତ୍ୱ ଦେଇଥିଲେ ।

Get real time updates directly on you device, subscribe now.