fbpx
BSKY
BJD MC SKY
BJD YOUTH SKY

ଆଉ କିଛି ଘଣ୍ଟା ପରେ ‘ତଉକ୍ତେ’ର ଖେଳ ସରିବ, ବର୍ତ୍ତମାନ ସୁଦ୍ଧା ନେଇସାରିଲାଣି ୨୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୯ା୫ (ଓଡିଶା ଭାସ୍କର): ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ୨୯ ଜଣଙ୍କ ଜୀବନ ନେଇଛି । ଏଥିସହ ମହାରାଷ୍ଟ୍ର, କେରଳ, ଗୁଜରାଟ, ଗୋଆ ଆଦି ରାଜ୍ୟମାନଙ୍କରେ ତାଣ୍ଡବ ରଚିବା ସହ ବିପୁଳ କ୍ଷୟକ୍ଷତି ଘଟାଇଛି । ତେବେ ଆଉ କିଛି ଘଣ୍ଟା ପରେ ଏହି ସାମୁଦ୍ରିକ ଝଡ଼ବାତ୍ୟା ଧୀରେଧୀରେ ଦୁର୍ବଳ ହୋଇଯିବ । ଆସନ୍ତା ୧୯ ଓ ୨୦ ତାରିଖ ମଧ୍ୟରେ ଏହା ରାଜସ୍ଥାନ ଓ ଉତ୍ତରପ୍ରଦେଶ ଅତିକ୍ରମ କରିବ । ତେବେ ଏହା ଉତ୍ତର-ପୂର୍ବ ଅଞ୍ଚଳ ଅଭିମେୁଖ ଗତି କରିବା ନେଇ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଗୁଜରାଟ ଓ ରାଜସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସୂଚନା ଯୋଗ୍ୟ ଯେ, ଦୁଇ ଦଶନ୍ଧି ମଧ୍ୟରେ ‘ତଉକ୍ତେ’ ହେଉଛି ଗୁଜରାଟ ପାଇଁ ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ । ଏହି ତୋଫାନକୁ ନେଇ ବାୟୁସେନା ଦ୍ୱାରା ଏକ ସର୍ଭେ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସହ ଏକ ସମୀକ୍ଷା ବୈଠକ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.