fbpx

ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଶିଶୁ

ଭୁବନେଶ୍ୱର,୧୦/୪(ଓଡିଶା ଭାସ୍କର):ଓଡିଶାରେ ବର୍ତମାନ ସୁଦ୍ଧା ୪୮ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସବୁଠାରୁ ବଡ ଓ ଦୁଖଦ ଖବର ହେଉଛି, ପ୍ରଥମଥର ପାଇଁ ଦୁଇ ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଶିଶୁ ଝାରପଡାର ଜଣେ ୫ ବର୍ଷ ଓ ଆଉ ଜଣେ ୯ ବର୍ଷର ଶିଶୁ କନ୍ୟା ବୋଲି ଜଣାପଡିଛି । ଆଉ ଜଣେ ମହିଳା ମଧ୍ୟ ରହିଛନ୍ତି ଯାହାଙ୍କ ବୟସ ୩୭ ବର୍ଷ ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଝାରପଡାରୁ ଯେଉଁ ୪୨ ନମ୍ବର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ, ଏମାନେ ତାଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି । ପରେ ସେ ଏମସକୁ ଚିକିତ୍ସା ପାଇଁ ଯାଇଥିଲେ । ପରେ ସେ କରୋନା ପଜେଟିଭ ବୋଲି ଚିହ୍ନଟ ହୋଇଥିଲା । ଏହା ଜଣାପଡିବା ପରେ ତାଙ୍କ ପରିବାରକୁ ହୋମ କ୍ୱାରେଂଟିନରେ ରଖାଯାଇଥିଲା । ଆଉ ଏବେ ପରୀକ୍ଷା ପରେ ସେମାନେ କରୋନା ପଜେଟିଭ ବୋଲି ଜଣାପଡିଛି । ଆଉ ଜଣେ କଳାହାଣ୍ଡିର ବି ଆକ୍ରାନ୍ତ ରହିଛନ୍ତି । କଳାହାଣ୍ଡିର ଆକ୍ରାନ୍ତ ଜଣେ ୨୦ବର୍ଷର ଯୁବକ ଓ ସେ ବାହାରିନରୁ ଆସିଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ଯିଏ ବର୍ତମାନ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ପ୍ରଦାନ କରିଛି ।

Get real time updates directly on you device, subscribe now.