fbpx

ବ୍ରହ୍ମୋସ ମିସାଇଲର ଦ୍ୱିତୀୟ ପରୀକ୍ଷଣ

ସୁଖୋଇ,୧୭ ।୧୨(ଓଡିଶା ଭାସ୍କର): ଆଜି ଅପରାହ୍ନ ୩ଟା ୩୦ରେ ବ୍ରହ୍ମୋସ ମିସାଇଲର ଦ୍ୱିତୀୟ ପରୀକ୍ଷଣ କରାଯାଇଛି । ସୁଖୋଇ ୩୦ରୁ ବ୍ରହ୍ମୋସର ଦ୍ୱିତୀୟ ମିସାଇଲର ପରୀକ୍ଷଣ ହୋଇଛି । ଏହି ବ୍ରହ୍ମୋସର ୨୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହା ସହ ଏହା ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।

ତେବେ ଆଜି ସକାଳ ୮ଟା ୪୫ରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରାଯାଇଥିଲା । ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରାଯାଇଥିଲା । ତେବେ ସ୍ୱଳ୍ପ ଦୂରଗାମୀ କ୍ରୁଜ ମିସାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ହୋଇଛି । ସ୍ୱଳ୍ପ ଦୂରଗାମୀ କ୍ରୁଜ ମିସାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ହୋଇଥିଲା । ବ୍ରହ୍ମୋସର ଲକ୍ଷ୍ୟଭେଦ ଦୂରତା ୨୯୦ କିଲୋମିଟର ହୋଇଥିବାବେଳେ ଏହାକୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଥିଲା । ସୂଚନାଯୋଗ୍ୟ, ଏହି କ୍ଷେପଣାସ୍ତ୍ରକୁ ଭାରତ ଏବଂ ରୁଷର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହାର ଲମ୍ବ ୮.୪ ମିଟର ଏବଂ ଓସାର ୦.୬ ମିଟର ରହିଛି।

Get real time updates directly on you device, subscribe now.