fbpx

କୋଟି କୋଟି ଲୋକଙ୍କ ଖାତାକୁ ପଠାଯିବ ୫୦୦ ଟଙ୍କା, ଜାଣନ୍ତୁ କେବେ ଓ କିପରି ଉଠାଇବେ?

କରୋନା ସଙ୍କଟ ବଢୁଥିବାରୁ ଲକ୍-ଡାଉନ୍ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଗରୀବମାନେ ବେଶୀ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଗରୀବ ମହିଳାଙ୍କ ଜନଧନ ଖାତାକୁ ପ୍ରତି ମାସରେ ୫୦୦ ଟଙ୍କା ଲେଖାଏଁ ପଠାଉଛନ୍ତି ସରକାର । ଏହି ସାହାର୍ଯ୍ୟ ୩ ମାସ ପର୍ଯ୍ୟନ୍ତ ଦିଆଯିବ । ଏହି କ୍ରମରେ ଖାତାକୁ ୨ କିସ୍ତି ପଠାଇବାର ଯୋଜନା ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ଗରୀବ ମହିଳାଙ୍କ ଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଯିବ । ନିକଟସ୍ଥ ଏଟିଏମକୁ ଯାଇ ଆପଣ ଏହି ଟଙ୍କା ଉଠାଇ ପାରିବେ ।

କିନ୍ତୁ ଏଟିଏମରେ ଅଧିକ ଭିଡ ହୋଇଯିବା ଆଶଙ୍କାରେ ସରକାର ଏକ ଉପାୟ ବାଛିଛନ୍ତି । ପ୍ରତି ମାସର ୫୦୦ ଟଙ୍କା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ମାଧ୍ୟମରେ ଦିଆଯିବ । ଆକାଉଣ୍ଟର ଶେଷ ଅଙ୍କ ଅନୁସାରେ ଖାତାଧାରିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।

ତେବେ ଖାତାରେ ଯେଉଁମାନଙ୍କ ଖାତାର ଶେଷ ଅଙ୍କ ୦ ବା ୧ ଥିବା, ସେମାନଙ୍କୁ ଆସନ୍ତାକାଲି ବା ମେ ୪ରେ ଟଙ୍କା ମିଳିଯିବ । ଯାହାର ଶେଷ ଅଙ୍କ ୨ ବା ୩ ଥିବ, ସେମାନଙ୍କୁ ମେ ୫ରେ ଟଙ୍କା ମିଳିବ । ସେହିପରି ଯେଉଁ ଖାତାର ଶେଷ ଅଙ୍କ ୪, ୫ ଥିବ, ସେମାନଙ୍କୁ ମେ ୬ରେ ଟଙ୍କା ପଠାଯିବ । ଯେଉଁ ଖାତାର ଶେଷ ଅଙ୍କ ୬ କିମ୍ବା ୭ ଥିବ ସେମାନଙ୍କୁ ମେ ୮ରେ ଟଙ୍କା ପଠାଯିବ । ସେହିପରି ଯେଉଁମାନଙ୍କ ଖାତାର ଶେଷ ଅଙ୍କ ୮ ବା ୯ ଥିବ, ସେମାନଙ୍କୁ ମେ ୧୧ରେ ଟଙ୍କା ମିଳିବ ।

Get real time updates directly on you device, subscribe now.