fbpx

ଖେଳନା ଉଦ୍ୟୋଗକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ପିଆଇଏଲ ମାଧ୍ୟମରେ ୩୫୦୦ କୋଟି ଦେବାକୁ କଲେ ଘୋଷଣା

ନୂଆଦିଲ୍ଲୀ: ଖେଳନା ଉଦ୍ୟୋଗ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଉତ୍ପାଦନ ପାଇଁ ପ୍ରୋତ୍ସାହନ(ପିଏଲଆଇ) ରୂପରେ ସରକାର ଖେଳନା ଉଦ୍ୟୋଗକୁ ୩ ହଜାର ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେବେ ଏହି ଲାଭ କେବଳ ସେହି କମ୍ପାନୀ ଗୁଡ଼ିକୁ ମିଳିବ ଯେଉଁମାନେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ନିୟମକୁ ପଡାଳନ କରୁଥିବେ । ଘରୋଇ ଉତ୍ପାଦନ, ବିଶ୍ୱ ପ୍ରତିଯୋଗିତା ଏବଂ ପୁଞ୍ଜି ବିନିଯୋଗକୁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ ।

ଏହି ଘୋଷଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଖେଳନା ଶିଳ୍ପ ପାଇଁ ସରକାରଙ୍କ ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ କାର‌୍ୟ୍ୟକାରୀ କରିବା ଏବଂ କଷ୍ଟମ୍ସ ଶୁଳ୍କକୁ ୨୦ ରୁ ୬୦ ପ୍ରତିଶତକୁ ବୃଦ୍ଧି କରିବା ଦ୍ୱାରା ନିମ୍ନ ମାନର ଆମଦାନୀ ହ୍ରାସ ତଥା ଦେଶରେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଛି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଲାଭ କେବଳ ବିଆଇଏସ୍ ନିୟମ ମାନୁଥିବା ଖେଳଣା କମ୍ପାନୀ ଗୁଡିକୁ ପାଇଁ ପ୍ରଯୁଜ୍ୟ ହେବ। ବିଭିନ୍ନ ନିବେଶ ସ୍ଲାବ ଅନୁଯାୟୀ ପିଏଲଆଇ ଲାଭ ଦିଆଯାଇପାରେ। ଏହା ୨୫ କୋଟିରୁ ୫୦ କୋଟି ଟଙ୍କା କିମ୍ବା ୧୦୦-୨୦୦ କୋଟି ଟଙ୍କା ହୋଇପାରେ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅଧିକାରୀ କହିଛନ୍ତି ଯେ. କିଛି ଅଂଶ ଉପରେ ନୁହେଁ ବରଂ ସମଗ୍ର ଉତ୍ପାଦ ଉପରେ ପ୍ରୋତ୍ସାହନ ଦେବା ପ୍ରସ୍ତାବ ରହିଛି, କାରଣ ଶିଳ୍ପକୁ କିଛି ଅଂଶ ଆମଦାନୀ କରିବାକୁ ପଡିବ, ଯାହା ଖେଳନା ଉତ୍ପାଦନ ପାଇଁ ଆବଶ୍ୟକ ଅଟେ। ଏହି ଅଂଶଗୁଡ଼ିକ ଭାରତରେ ତିଆରି ହୋଇନାହିଁ। ଅନ୍ୟପଟେ ଭାରତରେ ନିର୍ମିତ ଖେଳନା କେବଳ ବିଶ୍ୱ ବ୍ରାଣ୍ଡକୁ ଯୋଗାଇ ଦିଆଯାଉନାହିଁ, ବରଂ ସେମାନେ ବିଶ୍ୱ ବଜାରରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ଖେଳନା ବ୍ୟତୀତ ସରକାର ଏହି ସୁବିଧାକୁ ଅନ୍ୟ କ୍ଷେତ୍ର ଯଥା ସାଇକେଲ, ଜୋତା, ଟିକା ସାମଗ୍ରୀ, ସିପିଂ କଣ୍ଟେନର ଏବଂ କିଛି ଟେଲିକମ୍ ଉତ୍ପାଦକୁ ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି।

ପିଏଲଆଇ ଯୋଜନା କ’ଣ?

ମାର୍ଚ୍ଚ ୨୦୨୦ ରେ ମୋଦୀ ସରକାର ପିଏଲଆଇ ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଘରୋଇ କମ୍ପାନୀରେ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ବୃଦ୍ଧିରେ କମ୍ପାନୀମାନଙ୍କୁ ଉତ୍ସାହିତ କରିବା। ଘରୋଇ ଉତ୍ପାଦନ କ୍ଷେତ୍ରକୁ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ କରାଇବା ହେଉଛି ପିଏଲଆଇ ଯୋଜନାର ଉଦ୍ଦେଶ୍ୟ। ବିଦେଶୀ କମ୍ପାନୀଗୁଡିକୁ ଆମନ୍ତ୍ରଣ କରିବା ବ୍ୟତୀତ ଏହାର ଉଦ୍ଦେଶ୍ୟ ହେଉଛି ଘରୋଇ କମ୍ପାନୀଗୁଡ଼ିକୁ ବିଦ୍ୟମାନ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କିମ୍ବା ବିସ୍ତାର କରିବାକୁ ଉତ୍ସାହିତ କରିବା।

Get real time updates directly on you device, subscribe now.