Video: ଗୋଟିଏ ଯୁବକଙ୍କ ପ୍ରେମରେ ପଡିଥିଲେ ଯାଆଁଳା ଭଉଣୀ ରିଙ୍କି ଓ ପିଙ୍କି, ଭାଇରାଲ୍ ହେଲା ବିବାହ ସମୟର ଭିଡିଓ

News across the Earth, news close to your heart, Read Odisha Bhaskar English

ମୁମ୍ବାଇ: ଜଣେ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁରରୁ ଏମିତି ହିଁ ଏକ ନିଆରା ବିବାହର ଭିଡିଓ ଭାଇରାଲ ହେଉଛି। କୁହାଯାଉଛି କି, ଏଠାରେ ଦୁଇ ଯାଆଁଳା ଭଉଣୀ ଜଣେ ହିଁ ଯୁବକଙ୍କୁ ନିଜର ଜୀବନସାଥୀ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି। ସୂଚନା ମୁତାବକ, ଯାଆଁଳା ଭଉଣୀ ଦୁଇଜଣ ହେଉଛନ୍ତି ପେସାରେ ଆଇଟି ଇଞ୍ଜିନିୟର। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମଲସୀରସ ତାଲୁକାରେ ସେମାନଙ୍କ ବିବାହ ବଡ଼ ଧୁମ୍‌ଧାମରେ ସମ୍ପନ୍ନ ହୋଇଯାଇଛି।

ସେପଟେ ସୋସିଆଲ ମିଡିଆରେ ବିବାହର ଭିଡିଓ ଭାଇରାଲ ହେବା ପରେ ୟୁଜରମାନେ ନାନା ପ୍ରଶ୍ନ ଉଠାଇଛନ୍ତି। ଏହି ବିବାହ ଆଇନତଃ ବୈଧ କି ନୁହେଁ, ସେମାନେ ପ୍ରଶ୍ନ କରିଛନ୍ତି। କୁହାଯାଉଛି ଯେ ଯାଆଁଳା ଭଉଣୀ ପିଙ୍କି ଓ ରିଙ୍କି ଦୁହେଁ ମୁମ୍ବାଇରେ ଚାକିରି କରନ୍ତି। ଦୁଇଜଣ ଅତୁଲ ନାମକ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ପିଲାବେଳୁ ହିଁ ଗୋଟିଏ ଘରେ ଏକାଠି ରହି ଆସୁଥିଲେ ଏବଂ ବିବାହ ପରେ ମଧ୍ୟ ଏକ ସାଥୀରେ ରହିବାକୁ ଚାହିଁଥିଲେ।

ସେମାନଙ୍କ ଜୀବନରେ ଅତୁଲ ଆସିଥିଲେ। ସେ ମଧ୍ୟ ମଲସୀରସ ତାଲୁକାର ବାସିନ୍ଦା ଏବଂ ମୁମ୍ବାଇରେ ତାଙ୍କର ଟ୍ରାଭେଲ ଏଜେନ୍ସିର ବ୍ୟବସାୟ ରହିଛି। କିଛିଦିନ ତଳେ ଯାଆଁଳା ଭଉଣୀ ଦ୍ୱୟଙ୍କର ବାପାଙ୍କ ନିଧନ ଘଟିଥିଲା, ଯାହାପରେ ସେମାନେ ମା’ଙ୍କ ସହିତ ଆସି ଏଠାରେ ରହିବାକୁ ଲାଗିଥିଲେ।

ଦିନେ ଯେବେ ସେମାନଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା, ତ ତାଙ୍କୁ ହସ୍ପିଟାଲ ନେଇଯିବାରେ ଅତୁଲଙ୍କ କାର ବ୍ୟବହୃତ ହୋଇଥିଲା। ଏହି ସମୟରେ ଅତୁଲ ଉଭୟ ଉଭଣୀଙ୍କର ନିକଟତର ହୋଇଥିଲେ। ପରେ ଦୁଇ ଉଭଣୀ ଅତୁଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବିବାହ ପରେ ତିନିଜଣ ବହୁତ ଖୁସି ଥିବା ଜଣାପଡ଼ିଛି। ତେବେ ଏଭଳି ଏକ ନିଆରା ବିବାହରେ ସ୍ଥାନୀୟ ପୋଲିସ ଆଇନଗତ ଯାଞ୍ଚ ଆରମ୍ଭ କରିଥିବା ବେଳେ ଏ ନେଇ ଉଭୟ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

Get real time updates directly on you device, subscribe now.