fbpx

ଚୋରର ମହାନତା; ଚୋରି କରିବାରୁ ହେଲା ଅନୁତାପ ପରେ କଲେ ଏପରି

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ଭିନ୍ନ ଭିନ୍ନ ଆଚରଣ ମଧ୍ୟ ଅଛି । ତେବେ ଲୋକମାନଙ୍କର ଏହି ଆଚରଣ ମଧ୍ୟରୁ କିଛି ଆଚରଣ ବେଳେବେଳେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ବେଳେବେଳେ ଆମେ କିଛି କମେଡି ଭିଡିଓ ଦେଖିବାକୁ ପାଇଥାଉ, ପରେ ଏପରି ପରିସ୍ଥିତି ଉପୁଜେ ଯାହା ଦେଖିବା ପରେ ଆମେ ହସିବା ବନ୍ଦ କରିପାରୁ ନାହିଁ । ତେବେ ବର୍ତ୍ତମାନ ଜଣେ ଚୋରର ଭିଡିଓ ସୋସିଆଲ ଭିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଦ୍ୱାରା ଧରା ପଡିଥିବା ଚୋରଟିର ଭିଡିଓ ବର୍ତ୍ତମାନ ମୋବାଇରୁ ମୋବାଇଲକୁ ଘୁରି ବୁଲୁଛି ।

ଚୋରି ହୋଇଥିବା ଅଭିଯୋଗରେ ଛତିଶଗଡ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରି ପୋଲିସ ଷ୍ଟେସନକୁ ନେଇଥିଲା । ଏହା ପରେ ଚୋର ଏବଂ ପୋଲିସର ବାର୍ତ୍ତାଳାପର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଚୋର ପୋଲିସ ଷ୍ଟେସନରେ ଠିଆ ହୋଇଛି ଏବଂ ପୋଲିସ ତାଙ୍କୁ କିଛି ପ୍ରଶ୍ନ ପଚାରୁଛନ୍ତିି । ଏହା ପରେ, ଚୋର ଯାହା କହିଛି ତାହା ଆପଣମାନେ ଜାଣିଲେ ନିଶ୍ଚିତ ଭାବେ ହସକୁ ରୋକି ପାରିବେ ନାହିଁ ।
ଭିଡିଓରେ ଦୁର୍ଗ ଅଧୀକ୍ଷକ ଡକ୍ଟର ଅଭିଷେକ ପଲ୍ଲବଙ୍କୁ ଦେଖିବାକୁ ମିଳିଛି ତେବେ ତାଙ୍କ ସାମ୍ନାରେ ଜଣେ ଚୋର ଠିଆ ହୋଇ ରହିଛି । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ହିଁ ଅଧିକ୍ଷକ ଚୋରକୁ କିଛି ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି । ସେ ଚୋରକୁ ପଚାରିଛନ୍ତି- ‘ଚୋରି କରିବା ପରେ ତୁମେ କିପରି ଅନୁଭବ କରିଥିଲ?’ ଚୋର ଏହା ବିଷୟରେ କହିଥିଲା ଯେ, ଚୋରି କରିବା ପରେ ମୁଁ ଅନୁତାପ କରୁଛି । ତେବେ ଅନୁତାପ ପରେ ସେ ଏକ ଭୁଲ କାମ କରିଛି ବୋଲି ପ୍ରକାଶ କରିଥିଲା । ଏବଂ ଚୋରଟି ଚୋରି କରିଥିବା ସମସ୍ତ ଟଙ୍କା ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଥିଲା ।
ଭାଇରାଲ ହେଉଥିବା ଏହି ଭିଡିଓଟି ଗୁଲଜାର ସାହାବ ନାମକ ଏକ ଆକାଉଣ୍ଟରୁ ଟ୍ୱିଟରରେ ସେୟାର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Get real time updates directly on you device, subscribe now.