fbpx

୭ ଦିନରେ ୩ ଆଟାକ: ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମାରିଦେବାକୁ ୩ ଥର କରାଯାଇଛି ଚେଷ୍ଟା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ୟୁକ୍ରେନ ଋଷ ଯୁଦ୍ଧ ଭିତରେ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଋଷ ୨୪ ତାରିଖରୁ ୟୁକ୍ରେନ ଉପରେ ଯୁଦ୍ଧ ଆରମ୍ଭ କରି ସାରିଛି । ସମ୍ପୂର୍ଣ୍ଣ ଦେଶକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ଲାନ କରୁଛି ପୁତିନ ସେନା । କିନ୍ତୁ ଏହି ଯୋଜନାରେ ପୁତିନଙ୍କ ପାଇଁ ସବୁଠୁ ବଡ ଚାଲେଞ୍ଜ ହୋଇ ଉଭା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରାଯାଉଥିବା ଦାବି କରୁଛି ବ୍ରିଟିଶ ମିଡିଆ । ତେବେ କ’ଣ ଏହାର ପ୍ରକୃତ ଘଟଣା ଆସନ୍ତୁ ଜାଣିବା ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । କିନ୍ତୁ ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନେଇ ଆସିଛି ଏକ ବଡ ଖବର । ଗତ ସପ୍ତାହେ ମଧ୍ୟରେ ଜେଲେନସ୍କିଙ୍କୁ ମାରିବା ପାଇଁ ୩ ଥର ଚେଷ୍ଟା କରାଯାଇଛି । ତେବେ ଏକ ଋଷୀୟ ଏଜେନ୍ସିର ସାହାଯ୍ୟରେ ଏ ସମସ୍ତ ଚେଷ୍ଟା ବିଫଳ ହୋଇଛି । ଏହି ଏଜେନ୍ସି ଋଷର ହୋଇଥିଲେ ବି ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରୁଛି । ହତ୍ୟା କରିବା ପାଇଁ ଦୁଇଟି ଭିନ୍ନ କିଲର ଗୋଷ୍ଠୀ, ୱାଗନର ଗୋଷ୍ଠୀ ଏବଂ ଚେଚିନ ବିଦ୍ରୋହୀମାନଙ୍କୁ ପଠାଯାଇଥିଲା । ଋଷର ସଂଘୀୟ ସୁରକ୍ଷା ସେବା କାଦିରୋୱିଟସର ଏକ ଇକାଇ-କୁଲୀନ ଚେଚନ ବିଶେଷ ବଳ ସମ୍ବନ୍ଧରେ ୟୁକ୍ରେନିୟନଙ୍କୁ ସତର୍କ କରାଇଥିଲେ ଯେଉଁମାନେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ନେଇ ଆସିଥିଲେ । ଏହା ବ୍ୟତୀତ ଶନିବାର ଦିନ ୟୁକ୍ରେନ ରାଜଧାନୀ କିଭର ବାହାରି ଅଞ୍ଚଳରେ ଚେଚନ ବିଶେଷ ବଳଙ୍କୁ ନଷ୍ଟ କରାଯାଇଛି । ତେବେ ଏହା ମଧ୍ୟ ଏଫଏସବି ଦ୍ୱାରା ସୂଚନା ମିଳିଥିବା କହିଛନ୍ତି ଡେନିଲୋଭ । ତେବେ ସମସ୍ତ ବିପଦ ଏବଂ ଆକ୍ରମଣକୁ ହରାଇ ନିଜ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛି ୟୁକ୍ରେନ ସେନା । ଏଥିସହ ଏଫଏସବିକୁ ମଧ୍ୟ ଧନ୍ୟବାଦ ଜ୍ଞାପନ ହୋଇଛି ।

Get real time updates directly on you device, subscribe now.