fbpx

୩ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିପିଙ୍କ ନିକଟରେ ଆଜି ଛତିଶଗଡ଼ର ତିନି କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପ୍ରେସମିଟ୍ କରି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ତେବେ ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ମହାନଦୀ ଏରିଆ କମିଟିର ସଦସ୍ୟ ରହିଥିଲେ । ଏଥିସହିତ କନ୍ଧମାଳ ଜିଲ୍ଲା ସହିତ ଅନେକ ମାଓ କାର୍ଯ୍ୟରେ ସାମିଲ ମଧ୍ୟ ରହିଥିବା ଜଣାପଡ଼ିଛି । ତେବେ ଡିଜିପି ପ୍ରେସମିଟ୍ ରେ ମାଓବାଦୀଙ୍କୁ ଅପିଲ୍ କରି କହିଛନ୍ତି ଯେ, ଯାହା କିଛି ମାଓବାଦୀ ରହିଛନ୍ତି ସେମାନେ ମଧ୍ୟ ଆତ୍ମସମର୍ପଣ କରନ୍ତୁ ।

Get real time updates directly on you device, subscribe now.