fbpx

ନିଆଁରେ ପୋଡ଼ି ହୋଇ ୩ପିଲା ମୃତ

ପୋଲସରା, ୨୩ା୨(ଓଡ଼ିଶା ଭାସ୍କର): ଆଜି ପୋଲସରା ଥାନା ଖରିଛଟା ଗାଁରେ ଅଭାବନୀୟ ଘଟଣା ଘଟିିଥିଲା । ସେଠାରେ ପାଳଗଦାରେ ନିଆଁ ଲାଗି ୪ଶିଶୁ ଗୁରୁତର ଭାବେ ଆହତ ହୋଇଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଉଛନ୍ତି ଇତିଶ୍ରୀ ଜେନା, ସାଇରାମ ଜାନି ଓ ଦୀପକ ଗୌଡ଼ । ଜଣେ ଗୁରୁତର ପିଲାର ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ବ୍ରହ୍ମପପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାଳରେ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଥିଲା । ଶିଶୁଙ୍କ ଶରୀରର ୮୦% ପୋଡ଼ିଯାଇଥିଲା ।

Get real time updates directly on you device, subscribe now.