fbpx
BSKY SKY
BSKY SKY

ଆମେରିକା ସ୍କୁଲ୍‌ରେ ଗୁଳିକାଣ୍ଡ: ୩ ଶିଶୁ ମୃତ, ଅଭିଯୁକ୍ତକୁ ନିହତ କଲା ପୋଲିସ

BSKY

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ସ୍କୁଲ୍‌ରେ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିଛି । ନେସଭିଲ ର ଏକ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଜଣେ ବ୍ୟକ୍ତି ଅନ୍ଧାଧୁନ ଗୁଳିକରି ଅନେକ ଲୋକଙ୍କୁ ହତ୍ୟା କରିଛନ୍ତି, ଏଥିରେ କିଛି ପିଲା ଥିବା କୁହାଯାଉଛି । ସୂଚନା ଅନୁସାରେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ନେସଭିଲ ପୋଲିସ ପକ୍ଷରୁ କୁହାଯାଛି କି ଆତତାୟୀଙ୍କୁ ନିହତ କରାଯାଇଛି, ଯିଏ ଲୋକଙ୍କ ଉପରକୁ ଗୁଳୀ ଚଳାଇଥିଲେ ।

ନେସଭିଲ ଅଗ୍ନିଶମ ବିଭାଗ ନିଶ୍ଚିତ କରିଛି ଯେ ତିନି ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ ଏକାଧିକ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଭାଣ୍ଡରବିଲ୍ଟ ୟୁନିଭରସିଟି ମେଡିକାଲ୍ ମୁଖପାତ୍ର ଜନ୍ ହାୱାର କହିଛନ୍ତି ଯେ ତିନିଜଣ ଶିଶୁ ରୋଗୀଙ୍କୁ ଭାଣ୍ଡରବିଲ୍ଟର ମୋନେରୋ କାରେଲ୍ ଜ୍ର। ଶିଶୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ତିନିଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

Get real time updates directly on you device, subscribe now.