fbpx

ମୋଦିଙ୍କ ଜନ୍ମଦିନରେ ମିଳିଥିଲା ଉପହାର: କିଡନୀ ସଂକ୍ରମଣରେ ପ୍ରାଣ ହରାଇଲା ଚିତା

ନୂଆଦିଲ୍ଲୀ: ଗତବର୍ଷ ନାମ୍ବିଆରୁ ମୋଦି ଆଣିତିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତା ପ୍ରାଣ ହରାଇଛି । ଏହି ଚିତାମାନଙ୍କୁ ନେଇ ସାରା ଦେଶରେ ଖୁବ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ ସେମାନଙ୍କୁ ଖୁବ ଭଲ ପାଉଥିଲେ, ତେଣୁ ଜଙ୍ଗଲରେ ଛାଡିଥିଲେ । ତେବେ ବର୍ତ୍ତମାନ ସେମାନଭ୍କ ମଧ୍ୟରୁ ଏକ ମାଈ ଚିତା ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି । କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଆଜି ଆଖି ବୁଜିଛି ଶାଶା ।

Cheetah Brought To Madhya Pradesh's Kuno from Namibia Dies of Kidney Ailment

ସୂଚନା ଅନୁସାରେ, ଗତ ଜାନୁୟାରୀ ୨୨ ତାରିଖରେ ଶାଶା କିଡନୀ ସଂକ୍ରମଣ ଶିକାର ହୋଇଥିଲା । ତେବେ ଏହି ରୋଗ ଭାରତ ଆସିବା ପୂର୍ବରୁ ତା ଦେହରେ ରହିଥିବା କୁହାଯାଉଛି । ନାମ୍ବିଆରେ ଶାଶାର ଏଥିପାଇଁ ଅପରେସନ ମଧ୍ୟ କରାଯାଇଥିଲା । କିନ୍ତୁ ଭାରତକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା । ଗତବର୍ଷ ସେପ୍ଟେମ୍ବରରେ ମୋଦି ଜନ୍ମଦିନ ଉପଲକ୍ଷେ ୮ଟି ଚିତାକୁ ଭାରତ ଆଣିଥିଲେ । ଭାରତରେ ଚିତାଙ୍କ ସଂଖ୍ୟା କମ୍ ହେଉଥିବାରୁ ଏଭଳି ଏକ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ୮ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ବେଳେ ୩ଟି ଚିତାକୁ ବଡ ଏନକ୍ଲୋଜରକୁ ନିଆଯାଇଥିଲା ।

Know the 8 Namibian cheetahs PM Modi will release into Kuno

ଏହାପରେ ଶାଶାର କିଡନୀ ଜନିତ ସଂକ୍ରମଣ ବିଷୟରେ ବନ ବିଭାଗ ଜାଣିବାକୁ ପାଇଥିଲେ । ଖାଦ୍ୟ କମ୍ ଖାଉଥିବାରୁ କୁନୋ ଜାତୀୟ ଉଦ୍ୟାନ ଅଧିକାରୀ ଏହାର ଯାଞ୍ଚ କରାଇଥିଲେ, ଯେଉଁଥିରୁ ଶାଶାର କିଡନୀ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଥିଲା । ଏହାପରଠୁ ଚିତାର ଚିକିତ୍ସା ଚାଲିତିଲେ ମଧ୍ୟ ସମୟ ବିଳମ୍ବ ହୋଇ ସାରିଥିଲା । ଡାକ୍ତର ଶାଶାକୁ ବଞ୍ଚାଇବାରେ ସଫଳତା ପାଇ ପାରି ନଥିଲେ । ଫଳରେ ଆଜି ଶାଶା ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟରାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.