fbpx

୩ ଶିଶୁ ଜୀବନ୍ତ ଦଗ୍ଧ

କୋକସରା,୩୦ା୧୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ମହିମା ପଞ୍ଚାୟତ ବିଜରାମରେ ଏକ ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଧାନ ଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ୩ ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଉଲ୍ଲେଖଯୋଗ୍ୟ ଯେ, ବିଜମରା ଗ୍ରାମର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡ଼େଜି ଦିଶାରୀଙ୍କ ସମେତ ମାମୁ ଝିଅ ରଚନା ରାଉତ ଧାନ ଖଳାରେ ଖେଳୁଥିଲେ । ଖେଳୁଥିବା ସମୟରେ ଧାନ ଖଳାରେ ହଠାତ ନିଆଁ ଲାଗିଯିବାରୁ ସେମାନେ ପୋଡ଼ି ହୋଇଯାଇଥିଲେ । ଶିଶୁଙ୍କ ଦେହର ୯୦ପ୍ରତିଶତ ପୋଡିଯାଇଥିଲା । ତିନି ଶିଶୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତିନି ଭଉଣୀଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.