fbpx

NSA ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ସୁରକ୍ଷା ଦାୟିତ୍ୱରୁ ହଟିଲେ ୩ କମାଣ୍ଡୋ

ନୂଆଦିଲ୍ଲୀ : ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦେଇଥାନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ମାସରେ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହି କାରଣରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଡୋଭାଲଙ୍କ୍‌ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହେବା ପରେ ତାଙ୍କ ଭିଆଇପି ସୁରକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଡେପୁଟି ଇନ୍ସିପେକ୍ଟର ଜେନେରାଲ୍‌ ଓ କମାଣ୍ଡୋଙ୍କ ସହିତ ୩ ଜଣଙ୍କୁ ଅନ୍ୟତ୍ର ଅବସ୍ଥାପିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ମାସରେ ଶ୍ରୀ ଡୋଭାଲ୍‌ଙ୍କ ବାସଭବନରେ ଜଣେ ବ୍ୟକ୍ତି ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ । ପରେ ଦିଲ୍ଲୀ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହି ବ୍ୟକ୍ତି ଜଣକ ପଚରା ଉଚୁରା ସମୟରେ ପୋଲିସକୁ କହିଥିଲେ ଯେ, ତାଙ୍କ ଶରୀରରେ ଗୋଟିଏ ଚି୍‌ ରହିଛି ଓ ଏହାକୁ ବ୍ୟବହାର କରି ବାହାରୁ କିଛି ଲୋକ ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି । ପୋଲିସ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଏମ୍‌ଆର୍‌ଆଇ ପରୀକ୍ଷା କରାଯିବା ପରେ ଶରୀରରୁ କୌଣସି ପ୍ରକାରର ଚିପ୍‌ ଠାବ କରାଯାଇପାରିନଥିଲା । ଏହି ବ୍ୟକ୍ତି ଜଣକ ଏକ ନାଲି ରଙ୍ଗର ଏସ୍‌ୟୁଭି ଧରି ଆସିଥିଲେ ଓ ଡୋଭାଲଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ଡୋଭାଲ ବି ଘରେ ଥିଲେ । ତେବେ ପ୍ରଶ୍ନ ଉଠୁଛି କଡ଼ା ସୁରକ୍ଷା ବଳୟରେ ଥିବା ଡୋଭାଲଙ୍କ ଏହି ଅଜଣା ବ୍ୟକ୍ତି ଜଣକ କିରି ପ୍ରବେଶ କଲେ । ଏନେଇ ଜୋର୍‌ଦାର୍‌ ଚର୍ଚ୍ଚା ହେବା ପରେ ଗୃହ ମନ୍ତ୍ରଣାଳୟ ଡିଆଇଜିଙ୍କ ସମେତ ୩ ଜଣଙ୍କୁ ଅନ୍ୟତ୍ର ବଦଳି କରିଦେଇଛନ୍ତି ।

Get real time updates directly on you device, subscribe now.