fbpx

ଭୁବନେଶ୍ୱରରୁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୨୪ଘଣ୍ଟାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ୍ କ୍ୱାରେଣ୍ଟିନରୁ ୨ଜଣ ଓ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଡୁମୁଡୁମାରେ ଜଣେ ୪୮ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ବ୍ୟକ୍ତି ନିକଟରେ ଗଞ୍ଜାମ ଯାଇଥିଲେ । ସେହିପରି ଭୀମପୁର ଓ ଭରତପୁରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ଜଣ ଯାକ ଦିଲ୍ଲୀ ଫେରନ୍ତା ହୋମ୍ କ୍ୱାରେଣ୍ଟିନରେ ଥିଲେ । ଏହାସହ ଭୁବନେଶ୍ୱର ଜାଗମରାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ୍ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି ଓ ୪୨ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.