fbpx

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର

ଗଞ୍ଜାମ,୨୬ ।୨(ଓଡିଶା ଭାସ୍କର): ଗୋଟିଏ ବନ୍ଦ ଘରୁ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପାଲିଆ ଛତ୍ରପୁର ମଝିସାହିରେ ଦେଖିବାକୁ ମିଳିଛି । ଘର ମଧ୍ୟରୁ ବାପା, ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଉଛନ୍ତି ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଉର୍ମିଳା ବେହେରା ଓ  ଝିଅ ସୁନୀତା ବେହେରା । ତେବେ ମା’ ଓ ଝିଅଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମା’ ଓ ଝିଅଙ୍କୁ ହତ୍ୟା କରି ବୃନ୍ଦାବନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ଗଞ୍ଜାମ ଏସପି ଓ ଛତ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.