fbpx

ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି: ଏଣିକି ବିକ୍ଷୋଭକାରୀଙ୍କ ଦେଖିଲା ମାତ୍ରେ ଗୁଳି

ନୂଆଦିଲ୍ଲୀ,୨୬ ।୨: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଦିଲ୍ଲୀରେ ଥମୁନି ନିଆଁ । ଗତ ୩ ଦିନ ଧରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ଉତ୍ତର-ପୂର୍ବ ଦିଲ୍ଲୀରେ ଚାଲିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ପ୍ରାୟ ୨୦୦ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ହିଂସାକାଣ୍ଡ ଘଟିଥିବା ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ୫୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ତେବେ ହିଂସାକାଣ୍ଡ ପାଇଁ ଉତ୍ତର-ପୂର୍ବ ଦିଲ୍ଲୀରେ ମାସେ ପାଇଁ ୧୪୪ ଧାରା ଜାରି ହୋଇଛି । ଆଜି ସକାଳେ ମଧ୍ୟ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବିକ୍ଷୋଭକାରୀମାନେ କିଛି ଦୋକାନରେ ନିଆଁ ଲଗାଇଦେଇଥିବା ଜଣାପଡିଛି । ଏନେଇ ଦିଲ୍ଲୀର ଚାରୋଟି କ୍ଷେତ୍ରରେ କର୍ଫ୍ୟୁ ଲାଗୁ ହୋଇଛି । ବିକ୍ଷୋଭକାରୀଙ୍କୁ ଦେଖିଲା ମାତେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ଦେବେ ଏନଏସଏ ଅଜିତ ଡୋଭାଲ ।

Get real time updates directly on you device, subscribe now.